26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକବାଟ ଲକରେ କେମିତି ଝୁଲିଲେ ମହିଳା?

କବାଟ ଲକରେ କେମିତି ଝୁଲିଲେ ମହିଳା?

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ମହିଳାଙ୍କ ମୃତଦେହ ତାଙ୍କ ଘର ଭିତରେ ଏକ ରହସ୍ୟମୟ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ଆମେଥି ଥାନା ଅନ୍ତର୍ଗତ ଆୱାସ ବିକାଶ କଲୋନୀରେ ଏଭଳି ଘଟଣା ଘଟିଛି। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି। ସେପଟେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ପୁଲିସ ଦେଇଥିବା ସୂଚନା ଅନୁସାରେ ଆଲୋକ କୁମାର ଅଗ୍ରହାରୀଙ୍କ ପତ୍ନୀ ଦିବ୍ୟା ଅଗ୍ରହାରୀଙ୍କ ମୃତଦେହ ତାଙ୍କ ଘରର ଏକ କବାଟ ଲକରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଲୋକ କହିଛନ୍ତି ଯେ କବାଟର ଗୋଟିଏ ଲକରେ ଝୁଲି ଆତ୍ମହତ୍ୟା କରିବା ଅସମ୍ଭବ। ତେଣୁ ମୋ ସ୍ତ୍ରୀ ମଧ୍ୟ ଏଭଳି ଆତ୍ମହତ୍ୟା କରିନଥିବେ। ତିନି ମାସ ପୂର୍ବରୁ ଆଲୋକ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିଥିଲା। ତାଙ୍କ ପତ୍ନୀ ୧୧୨ ନମ୍ବରକୁ ଫୋନ କରି ପୁଲିସର ହସ୍ତକ୍ଷେପ ଲୋଡ଼ିଥିଲେ। ରବି ଶୁକ୍ଳା ନାମକ ଜଣେ ପୁଲିସ କନଷ୍ଟେବଲ ଫୋନ ରିସିଭ୍ କରି ଦିବ୍ୟାଙ୍କ ଫୋନ ନମ୍ବର ରଖିଥିଲେ। କନଷ୍ଟେବଲ ଜଣକ ସେବେଠାରୁ ଦିବ୍ୟାଙ୍କ ସମ୍ପର୍କରେ ଥିଲେ ଏବଂ ବେଳେବେଳେ ଘରକୁ ମଧ୍ୟ ଆସୁଥିବା କହିଛନ୍ତି ଆଲୋକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking