28.1 C
Bhubaneswar
Sunday, December 29, 2024
Homeଓଡିଶାଦରଦାମ ବୃଦ୍ଧି ବିରୋଧରେ  ୬ରେ ଲୋୟର ପିଏମଜିରେ ଗର୍ଜିବ ବିଜୁ ଛାତ୍ର ଜନତା ଦଳ

ଦରଦାମ ବୃଦ୍ଧି ବିରୋଧରେ  ୬ରେ ଲୋୟର ପିଏମଜିରେ ଗର୍ଜିବ ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର:  ଆଜି ଶଙ୍ଖଭବନ ଠାରେ  ବିଜୁ ଛାତ୍ର ଜନତା ଦଳର ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ  ଅତ୍ୟାବଶକୀୟ  ଜିନିଷର ଦରଦାମ ବୃଦ୍ଧି ବିରୋଧରେ   ବିଜୁ  ଜନତା ଦଳ ତରଫରୁ  ଆସନ୍ତା ଜାନୁଆରୀ ୬ ତାରିଖରେ  ଗଣବିକ୍ଷୋଭକୁ ନେଇ ଦଳ ସଜାଗ ଅଛି । ବିଜୁ ଜନତା ଦଳର ଏହି ଆନ୍ଦୋଳନରେ  ସାମିଲ ହେବେ ୫ ହଜାର ଛାତ୍ରଛାତ୍ରୀ । ଏହି  ବୈଠକ ବିଜୁ ଛାତ୍ର ଜନତା  ଦଳର ସଭାପତି  ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା । କିଭଳି ଶାନ୍ତିଶୃଙ୍ଖଳାରେ  ଛାତ୍ରମାନେ   ଆସି କାଯ୍ୟକ୍ରମକୁ  ସଫଳ କରିବେ  ସେ ବିଷୟରେ   ପ୍ରସାଦ ମିଶ୍ର  କହିଥିଲେ ।   ଡବଲ ଇଞ୍ଜିନ ସରକାରରେ ଖାଜ୍ୟ , ବସ୍ତ୍ର  ଓ ଔଷଧ ଭଳି  ନିତ୍ୟ ବ୍ୟବହାଯ୍ୟ  ଜିନିଷର ଦରଦାମ ଆକାଶ ଛୁଆଁ ।  ଏହି କାରଣ ଯୋଗୁଁ  ଅତିଷ୍ଠ ହେଲେଣି ରାଜ୍ୟବାସୀ । କିନ୍ତୁ ରାଜ୍ୟରେ ବିଜେପି ସରକାର ନିଦାବିଷ୍ଣୁ ସାଜିଛି କହିଛି ବିଜେଡି ।  ଏନେଇ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ  ବିଜୁ ଜନତା ଦଳ  ଏହି ଗଣ ବିକ୍ଷୋଭର ଡାକରା ଦେଇଛି ।   ଏହି ପ୍ରସ୍ତୁତି ବୈଠକରେ  ସଞ୍ଜୟ ଦାସ ବର୍ମା  ଓ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ସମେତ  ରାଜ୍ୟ କର୍ମକର୍ତ୍ତା ଓ ବିଭିନ୍ନ କ୍ୟାମ୍ପସର ଛାତ୍ରନେତାମାନେ ଉପସ୍ଥିତ ଥିଲେ । ଦଳର ନେତୃତ୍ୱମାନଙ୍କ ସହ  ବିଜେଡିର ରାଜ୍ୟ କର୍ମକର୍ତ୍ତା ରାଜେଶ ରାଜ ସ୍ୱାଇଁ , ବିଶ୍ୱ ପ୍ରତାପ ସାହୁ ,  ସ୍ୱାଗତିକା ମହାନ୍ତି ,  ଇପ୍ସିତା ସାହୁ ଙ୍କ ସମେତ  ବହୁ ଛାତ୍ର ନେତା ଉପସ୍ଥିତ ରହି ନିଜର ସୁଚିନ୍ତିତ  ମତାମତ ପ୍ରଦାନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking