25.1 C
Bhubaneswar
Saturday, December 6, 2025
Homeଅପରାଧଚାଞ୍ଚଲ୍ୟ: ମହିଳାଙ୍କୁ ୧୪ ଥର ଛୁରି ଭୁସି ହତ୍ୟା କଲା ପିଜ୍ଜା ଡେଲିଭରି ବୟ

ଚାଞ୍ଚଲ୍ୟ: ମହିଳାଙ୍କୁ ୧୪ ଥର ଛୁରି ଭୁସି ହତ୍ୟା କଲା ପିଜ୍ଜା ଡେଲିଭରି ବୟ

ନୂଆଦିଲ୍ଲୀ: ଆମେରିକାର ସେଣ୍ଟ୍ରାଲ ଫ୍ଲୋରିଡାରେ ଏକ ପିଜ୍ଜା ଡେଲିଭରି କରୁଥିବା ମହିଳା ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିଛନ୍ତି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ଟି ସତରେ ଘଟିଛି। ଟିପ୍ ଦେବାନେବାରୁ ଆରମ୍ଭ ହୋଇଥିବା କଳି ପାଇଁ ପିଜ୍ଜା ଦେବାକୁ ଯାଇଥିବା ମହିଳା ଜଣଙ୍କ ଜଣେ ଗର୍ଭବତୀ ମହିଳାଙ୍କ ହୋଟେଲ ରୁମରେ ପଶି ତାଙ୍କ ପେଟରେ ଛୁରି ଭୁସିଦେଇଥିବା ନେଇ ଖବର ସାମ୍ନାକୁ ଆସିଛି। ପିଜ୍ଜା ଡେଲିଭରି କରୁଥିବା ବ୍ରିଏନା ଆଲଭେଲୋଙ୍କୁ ଗତ ରବିବାର ମହିଳା ରହୁଥିବା ସ୍ଥାନକୁ ପିଜ୍ଜା ଦେବାପାଇଁ ପଠାଯାଇଥିଲା। ପିଜ୍ଜା ମିଳିବା ପରେ ଉକ୍ତ ମହିଳା ଜଣଙ୍କ ଆଲଭେଲୋଙ୍କୁ ୫୦ ଡଲାର ଦେଇଥିଲେ। ତେବେ ପିଜ୍ଜାର ବିଲ ୩୩.୧୦ ଡଲାର ହୋଇଥିବାରୁ ସେ ବାକି ଟଙ୍କା ବ୍ରିଏନାଙ୍କଠୁ ଫେରସ୍ତ ମାଗିଥିଲେ। ତେବେ ବ୍ରିଏନା ପଲିସି ଅନୁସାରେ ଟଙ୍କା ଫେରସ୍ତ କରିପାରିବେ ନାହିଁ ବୋଲି କହିଥିଲେ। ପରେ ମହିଳା ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କଠାରୁ ଖୁଚୁରା ଆଣି ପିଜ୍ଜାର ବିଲ ପଇଠ କରିବା ସହ ବ୍ରିଏନାଙ୍କୁ ୨ ଡଲାରର ଟିପ ପ୍ରଦାନ କରିଥିଲେ।

କିଛି ସମୟ ପରେ ମହିଳା ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ଶୋଇ ପଡିଥିଲେ। ଏହା ପରେ କବାଟକୁ କେହି ଜଣେ ବାଡେଇବାରୁ ମହିଳା ଜଣଙ୍କ କବାଟ ଖୋଲିବାକୁ ଯାଇଥିଲେ। କିନ୍ତୁ ମହିଳାଙ୍କ ଟିପରେ ଅସନ୍ତୁଷ୍ଟ ବ୍ରିଏନା ଓ ତାଙ୍କର ଜଣେ ବନ୍ଧୁ ମୁହଁରେ ମୁଖା ପିନ୍ଧି ହାତରେ ଛୁରି ନେଇ ଘରବାହାରେ ଅପେକ୍ଷା କରି ରହିଥିଲେ। ମହିଳା କବାଟ ଖୋଲିବା ମାତ୍ରେ ବ୍ରିଏନା ତାଙ୍କୁ ଠେଲି ଘରେ ଧସେଇ ପଶିଥିଲେ। ମହିଳା ଜଣଙ୍କ ତଳେ ପଡ଼ିଯିବା ପରେ ବ୍ରିଏନା ମହିଳାଙ୍କ ଉପରେ ବସି ତାଙ୍କ ପେଟରେ ୧୪ ଥର ଛୁରି ଭୁସିଥିଲେ। ଏହାପରେ ମହିଳାଙ୍କ ମୃତ୍ୟୁଘଟିଥିଲା। ମହିଳାଙ୍କ ମୃତ୍ୟୁପରେ ବ୍ରିଏନା ସେହି ସ୍ଥାନ ଛାଡି ଫେରାର ହୋଇଯାଇଥିଲେ। ପରେ ସୋମବାର ଦିନ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁରୁବାର ଫ୍ଲୋରିଡାର ଏକ ଅନଲାଇନ କୋର୍ଟରେ ଏହି ମାମଲାର ଶୁଣାଣି ଥିଲା। ଏହି ମାମଲାରେ କୋର୍ଟ ବ୍ରିଏନାଙ୍କୁ ଆଟେମ୍ଟ ଟୁ ମର୍ଡର, ମାରଣାସ୍ତ୍ର ଧରି ଘରେ ପ୍ରବେଶ, ଅପହରଣ ଓ ମାରଣାସ୍ତ୍ରରେ କ୍ଷତି ପହଞ୍ଚାଇବା ଭଳି ସଂଗିନ ଅପରାଧରେ ଦଣ୍ଡ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking