30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶକାଜାକ୍‌ସ୍ତାନରେ ବିମାନ ଦୁର୍ଘଟଣା ପଛରେ ରୁଷ୍ ମିସାଇଲ ଆକ୍ରମଣ

କାଜାକ୍‌ସ୍ତାନରେ ବିମାନ ଦୁର୍ଘଟଣା ପଛରେ ରୁଷ୍ ମିସାଇଲ ଆକ୍ରମଣ

ଅସ୍ତାନା: ମଙ୍ଗଳବାର କାଜାକ୍‌ସ୍ତାନର ଅକତାଉ ସହର ନିକଟରେ ଆଜରବୈଜାନର ଏକ ବିମାନ-୮୪୩୨ ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ୩୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଆଜି ଏହି ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି। ଭୁଲ୍‌ବଶତଃ ରୁଷ୍‌ର ଏକ ମିସାଇଲ ଏହି ବିମାନକୁ ହିଟ୍ କରିଥିବା ଯୋଗୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରୁଷ୍‌ର ଭୂପୃଷ୍ଠରୁ ଆକାଶମାର୍ଗକୁ ହିଟ୍ କରିପାରୁଥିବା ମିସାଇଲ ଯୋଗୁ ଏହି ଅଘଟଣ ଘଟିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ତେବେ ରୁଷ୍ ଉଦ୍ଦେଶ୍ୟମୂଳକ ଭାବେ ଏହା କରିନଥିବା ଏବଂ ନିଜ ବାୟୁସୀମରେ ଉଡିବୁଲୁଥିବା କିଛି ସନ୍ଦିଗ୍ଧ ଡ୍ରୋନ୍‌କୁ ଖସାଇବା ଲାଗି ଏପରି ମିସାଇଲ୍ ଆକ୍ରମଣ କରିଥିବା ବେଳେ ଦୁର୍ଭାଗ୍ୟବଶତଃ ଏହା ଯାତ୍ରୀବାହୀ ବିମାନକୁ ମାଡ଼ କରିଥିବା କୁହାଯାଇଛି।

ତେବେ ଯଦିଓ ଏପର୍ଯ୍ୟନ୍ତ ରୁଷ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ, କିନ୍ତୁ କାଜକ୍‌ସ୍ତାନ ସରକାରଙ୍କ ପକ୍ଷରୁ ଏପ୍ରକାର ସାର୍ବଜନୀନ କରାଯାଇଛି। ପ୍ରକାଶ, ଦୁର୍ଘଟଣାଗ୍ରସ୍ତ ଏମ୍ବ୍ରାୟେର ୧୯୦ ବିମାନରେ ୬୭ ଯାତ୍ରୀ ଓ ୫ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍ ୭୨ଜଣ ଥିଲେ। ଏହା ଆଜରବାଇଜାନର ରାଜଧାନୀ ବାକୁରୁ ରୁଷିଆର ଚେଚେନ୍ୟାସ୍ଥିତ ଗ୍ରୋଜନି ଅଭିମୁଖେ ଯାଉଥିବା ବେଳେ ଗ୍ରୋଜନିରେ କୁହୁଡ଼ି ଯୋଗୁଁ ଏହାର ଗତିପଥ ବଦଳାଯାଇଥିଲା। ପାଗ ଅନକୂଳ ନଥିବାରୁ କାଜାକସ୍ତାନର ଅକତାଉ ସହରରେ ଏମରଜେନ୍ସି ଲ୍ୟାଣ୍ଡିଂ କରୁଥିଲା। ଏହି ସମୟରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ଼ ହୋଇ ଆଖି ପିଛୁଳାକେ ଜଳିଯାଇଥିଲା। କାଜାକ୍ ପରିବହନ ମନ୍ତ୍ରଣାଳୟ କହିଛି ଯେ ବିମାନର ଯାତ୍ରୀମାନଙ୍କ ମଧ୍ୟରୁ ୩୭ ଜଣ ଆଜରବାଇଜାନର, ୧୬ ଜଣ କାଜାକ୍‌ସ୍ତାନର, ୩ ଜଣ କିର୍ଗିଜସ୍ତାନର ଏବଂ ୧୬ଜଣ ରୁଷ୍ ନାଗରିକ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking