31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶବ୍ରହ୍ମପୁତ୍ର ପାଣି ଉପରେ କବ୍‌ଜା କରିବାକୁ ଚୀନ୍‌ର ଷଡଯନ୍ତ୍ର

ବ୍ରହ୍ମପୁତ୍ର ପାଣି ଉପରେ କବ୍‌ଜା କରିବାକୁ ଚୀନ୍‌ର ଷଡଯନ୍ତ୍ର

ବେଜିଂ: ଭାରତ ତଥା ଅନ୍ୟ ପଡ଼ୋଶୀ ଦେଶ ବାଂଲାଦେଶର ବିରୋଧକୁ ଅଣଦେଖା କରି ଚୀନ୍ ବ୍ରହ୍ମପୁତ୍ର ନଦୀରେ ବିଶ୍ୱର ବୃହତ୍ତମ ଡ୍ୟାମ୍ ନିର୍ମାଣ କରିବାକୁ ଘୋଷଣା କରିଛି। ଚୀନ୍ ଏଥିପାଇଁ ୧୩୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ ହେବ। ଏହି ପ୍ରକଳ୍ପ ଦ୍ୱାରା ଭାରତ ଏବଂ ବାଂଲାଦେଶର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଆଶା କରାଯାଉଛି। ସୁତରାଂ ଉଭୟ ଦେଶ ଚୀନ୍‌ର ଏହି ପ୍ରକଳ୍ପ ବିରୋଧରେ ନିଜର ଆପତ୍ତି ଜଣାଇଛନ୍ତି। ସୂଚନାଯୋଗ୍ୟ, ଯେତେବେଳେ ୟାରଲୁଙ୍ଗ ଜାଙ୍ଗବୋ ନଦୀ ତିବ୍ଦତ ପରେ ଭାରତରେ ପ୍ରବେଶ କରେ, ଏହାକୁ ବ୍ରହ୍ମପୁତ୍ର କୁହାଯାଏ। ଏହା ଅରୁଣାଚଳ ପ୍ରଦେଶ ଏବଂ ଆସାମ ଦେଇ ବାଂଲାଦେଶ ପର୍ଯ୍ୟନ୍ତ ପ୍ରବାହିତ ହେଉଛି। ଏହି ଡ୍ୟାମ୍ ଭାରତ ଏବଂ ବାଂଲାଦେଶ ପାଇଁ ଏକ ବଡ଼ ବିପଦ ହୋଇପାରେ ବୋଲି କୁହାଯାଉଛି।

ରିପୋର୍ଟ ଅନୁସାରେ ତିବ୍ଦତର ଦୀର୍ଘତମ ୟାରଲୁଙ୍ଗ ତ୍ସାଙ୍ଗପୋ ନଦୀ ଉପରେ ଏକ ସୁପର ପାୱାର ଡ୍ୟାମ୍ ନିର୍ମାଣ କରିବାକୁ ଚୀନ୍ ସରକାର ଘୋଷଣା କରିଛନ୍ତି। ଏହି ଡ୍ୟାମ୍ ଚାଇନାର ଥ୍ରୀ ଜର୍ଜ ଡ୍ୟାମ୍ ଠାରୁ ୩ ଗୁଣା ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବ। ଯାହା ଦ୍ୱାରା ପୃଥିବୀର ଗତି ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଡ୍ୟାମ୍ ପ୍ରତିବର୍ଷ ୩୦୦ ବିଲିୟନ କିଲୋୱାଟ ଘଣ୍ଟା ବିଦ୍ୟୁତ୍ ଯୋଗାଇବ ଚୀନ୍ ଆକଳନ କରିଛି। ବର୍ତ୍ତମାନ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଡ୍ୟାମ୍ କୁହାଯାଉଥିବା ଚାଇନା ଥ୍ରୀ ଜର୍ଜ ୟାଙ୍ଗଜେ ନଦୀ ଉପରେ ନିର୍ମିତ ଚୀନ୍‌ର ଥ୍ରୀ ଜର୍ଜ ଡ୍ୟାମ୍ (ହୁବେଇ ପ୍ରଦେଶରେ ଅବସ୍ଥିତ) ପ୍ରତିବର୍ଷ ୮୮.୨ ବିଲିୟନ କିଲୋୱାଟ ଘଣ୍ଟା ବିଦ୍ୟୁତ୍ ଉତ୍ପାଦନ କରୁଛି। ବିଶେଷଜ୍ଞମାନେ କହିଛନ୍ତି, ଚୀନ୍‌ର ଏହି ଡ୍ୟାମ୍ ପୃଥିବୀରେ ଥିବା ସମସ୍ତ ଭିତ୍ତିଭୂମି ପ୍ରକଳ୍ପକୁ ବହୁ ପଛରେ ପକାଇଦେବ। ଚୀନ୍ ଯାହାକୁ ୟାରଲୁଙ୍ଗ ତ୍ସାଙ୍ଗପୋ ନଦୀ ବୋଲି କହୁଛି, ତାକୁ ଭାରତର ବ୍ରହ୍ମପୁତ୍ର ନଦୀ କୁହାଯାଇଥାଏ। ତେବେ ଚୀନ୍‌ର ଏହି ପ୍ରକଳ୍ପ ଫଳବତୀ ହେଲେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଯେକୌଣସି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବାକୁ ଏହି ବିଶାଳ ଡ୍ୟାମ୍‌କୁ ଅସ୍ତ୍ର ଭାବରେ ଚୀନ୍ ବ୍ୟବହାର କରିପାରିବ। ପ୍ରକାଶ, ପ୍ରାୟ ୨୯୦୦କିଲୋମିଟର ଲମ୍ବା ବ୍ରହ୍ମପୁତ୍ର ନଦୀ ଭାରତ ଆସିବା ପୂର୍ବରୁ ତିବ୍ଦତୀୟ ମାଳଭୂମିରେ ପ୍ରବାହିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking