ନୂଆଦିଲ୍ଲୀ: ଛତିଶଗଡର ବସ୍ତରରେ ଦୁଇଟି ପୃଥକ ମାମଲାରେ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ୪ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ବିଜେପୁର ପୋଲିସର ସୂଚନାନୁସାରେ, ଗ୍ରାମବାସୀଙ୍କୁ ଜନ-ଅଦାଲତ (କଙ୍ଗାରୁ କୋର୍ଟ) ରେ ମାଓବାଦୀମାନେ ହତ୍ୟା କରିଥିବାବେଳେ ରାଜନୈତିକ କର୍ମୀ ତଥା କଣ୍ଟ୍ରାକ୍ଟର ମୁକେଶ ହେମଲାଙ୍କୁ ସାପ୍ତାହିକ ବଜାରରୁ ଅପହରଣ କରି ହତ୍ୟା କରିଛନ୍ତି । ପରିବାର ଲୋକଙ୍କୁ ଓ ପୋଲିସ ଙ୍କୁ ଲୁଚାଇ ଶେଷ ରୀତିନୀତି ମାଓବାଦୀମାନେ କରିଥିଲେ। ସେହିପରି ଚଳିତ ବର୍ଷ ବସ୍ତର ଡିଭିଜନରେ ମାଓବାଦୀଙ୍କ ଦ୍ୱାରା ୭୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଜାରି ରହିଥିବା ମାଓବାଦୀ ବିରୋଧୀ କାର୍ଯ୍ୟରେ ବାମପନ୍ଥୀ ଉଗ୍ରବାଦୀମାନେ ନିରାଶ ଓ ବିରକ୍ତିକର କାରଣରୁ ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ବୋଲି ପୋଲିସ କହିଛି।