20.1 C
Bhubaneswar
Tuesday, December 24, 2024
Homeଦେଶ ବିଦେଶଆଶ୍ଚର୍ଯ୍ୟ: ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ଡିମାଣ୍ଡ, ମୋତେ ସ୍ପର୍ମ ଦିଅନ୍ତୁ..

ଆଶ୍ଚର୍ଯ୍ୟ: ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ଡିମାଣ୍ଡ, ମୋତେ ସ୍ପର୍ମ ଦିଅନ୍ତୁ..

ଭୋପାଳ: ମଧ୍ୟପ୍ରଦେଶର ରେୱା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ଏମିତି ଏକ ଦାବି କରିଛନ୍ତି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦମ୍ପତିଙ୍କ ବିବାହକୁ ମାତ୍ର ୭ ମାସ ହୋଇଥିଲା । ବୈବାହିକ ଜୀବନ ହସଖୁସିରେ ଚାଲିଥିଲା, କିନ୍ତୁ ଦିନେ ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା । ଏକ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ଏବଂ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଲା । ଏହି ସମୟ ମଧ୍ୟରେ ପତ୍ନୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଏପରି ଏକ ଦାବି ରଖିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ପତ୍ନୀ ଜଣକ ନିଜ ସ୍ୱାମୀଙ୍କର ସ୍ପର୍ମ ସଂରକ୍ଷଣ କରିବାକୁ ଦାବି କରିଥିଲେ । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ବିତିଯାଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଦାବିକୁ ପୂରଣ କରିପାରି ନ ଥିଲେ । ଘଟଣାଟି ରେୱା ଜିଲ୍ଲା ଚୁରହଟର ବୋଲି ଜଣାପଡ଼ିଛି । ଏଠାକାର ବାସିନ୍ଦା ନେହା ସିଂ ଗତ ମେ’ ମାସରେ ଜିତେନ୍ଦ୍ର ସିଂ ଗହରୱାରଙ୍କୁ ବିବାହ କରିଥିଲେ । ହେଲେ ଏକ ସଡ଼କ ଦୁର୍ଘଟଣାରେ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ନେହା ରିୱାସ୍ଥିତ ସଞ୍ଜୟ ଗାନ୍ଧି ମେଡିକାଲ କଲେଜ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ସ୍ୱାମୀଙ୍କ ସ୍ପର୍ମକୁ ସୁରକ୍ଷିତ ରଖିବାକୁ ସେ ଦାବି କରିଥିଲେ ।

ସେ କହିଥିଲେ ଯେ ଭବିଷ୍ୟତରେ ଆଧୁନିକ ଚିକିତ୍ସା ସୁବିଧାର ଲାଭ ନେଇ ସେ ଏଥିରୁ ମା’ ହୋଇପାରିବେ । ମାତ୍ର ସାତ ମାସ ପୂର୍ବେ ସେ ବିବାହ କରିଥିଲେ । ଯଦିଓ ତାଙ୍କ ସ୍ୱାମୀ ଆଉ ନାହାନ୍ତି, ତେଣୁ ସେ ତାଙ୍କ ସ୍ମୃତିକୁ ସାଇତି ରଖିବାକୁ ଚାହୁଁଛନ୍ତି । ନେହାଙ୍କ ଦାବି ଶୁଣି ପ୍ରଶାସନ ଏହାକୁ ପୂରଣ କରିପାରି ନ ଥିଲା । କାରଣ, ଯେତେବେଳେ ସେ ଏହି ଦାବି କରିଥିଲେ, ସେତେବେଳକୁ ମୃତ୍ୟୁର ୨୪ ଘଣ୍ଟା ବିତିସାରିଥିଲା । ବର୍ତ୍ତମାନ ସ୍ପର୍ମ ସଂରକ୍ଷଣର ଦାବିକୁ ପୂରଣ କରାଯାଇପାରିବ ନାହିଁ ବୋଲି ହସ୍ପିଟାଲର ଅଧୀକ୍ଷକ ଡାକ୍ତର ରାହୁଲ ମିଶ୍ରା ଓ ଫରେନସିକ୍ ବିଶେଷଜ୍ଞ ରଜନୀଶ କୁମାର ପାଣ୍ଡେ ନେହାଙ୍କୁ ବୁଝାଇଥିଲେ । ସେପଟେ ନେହା ଅଭିଯୋଗ କରିଛନ୍ତି ଯେ ଦୁର୍ଘଟଣାର କିଛି ଘଣ୍ଟା ପରେ ସେ ସ୍ପର୍ମ ସଂରକ୍ଷଣ ପାଇଁ ଦାବି କରିଥିଲେ । ଏହା ସତ୍ତ୍ୱେ ଅଣଦେଖା କରାଯାଇଥିଲା ଏବଂ ସ୍ପର୍ମକୁ ସୁରକ୍ଷିତ ରଖାଯାଇ ନ ଥିଲା । ତେବେ ମହିଳା ଜଣକ ନିଜ ଦାବିକୁ ନେଇ ଅଡ଼ିବସିବାରୁ ଦୁର୍ଘଟଣାର ଦୁଇ ଦିନ ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking