ନୂଆଦିଲ୍ଲୀ : ଦ୍ରୁତ ଗତିରେ ଗୋଟିଏ କାର ଆସି ୪ ବର୍ଷର ଶିଶୁକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ଶିଶୁଟିର ଜୀବନ ଚାଲିଯାଇଛିି । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାଟି ୨୧ ଡିସେମ୍ବର ଶନିବାର ଦିନ ଘଟିଥିଲା । ପିଲାଟି ଘର ବାହାରେ ଖେଳୁଥିଲା । ସେହି ସମୟରେ ଦ୍ରୁତ ଗତିରେ ଏକ କାର ଆସି ଶିଶୁଟିକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ଶିଶୁଟିର ଜୀବନ ଚାଲିଯାଇଛି । ସ୍ଥାନୀୟ ଲୋକେ ପୋଲିସ ଖବର ଦେଇଥିଲେ । ପେଲିସ ଘଟଣାସ୍ଥଳରେ ପହଞ୍ଚ ଘଟଣାର ତଦନ୍ତ କରୁଛି । ପୋଲିସ ଶିଶୁର ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ଡ୍ରାଇଭରକୁ ଗିରଫ କରିଛି । ଘଟଣା ସମୟରେ କାର ଚାଳକ ଜଣଙ୍କ ମଦ୍ୟପାନ କରିଥିଲେ କି କଣ ପୋଲିସ ତଦନ୍ତ ଜାରି ରଖିଛି ।