ନୂଆଦିଲ୍ଲୀ : ଦେଶରେ ୪୫ଟି ସ୍ଥାନରେ ନିଯୁକ୍ତି ମେଳା ହୋଇଛି । ରୋଜଗାର ମେଳାରେ ଦେଶରେ ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଏହି ଅବସରରେ ଭିଡିଓ କନଫେରେନ୍ସ ମାଧ୍ୟମରେ ନୂଆ ନଯୁକ୍ତି ପାଇଥିବା ପ୍ରାର୍ଥୀ ମାନଙ୍କୁ ସମ୍ବୋଧନ କରିଛନ୍ତି । ବିଗତ ୧୦ ବର୍ଷରେ କେନ୍ଦ୍ର ସରକାର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇସାରିଛନ୍ତି । ଯାହା ଏକ ରେକର୍ଡ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜୀବନରେ ଏମିତି କିଛି ଲକ୍ଷ୍ୟ ନାହିଁ ଯାହା ଯୁବ ବର୍ଗ ହାସଲ କରିପାରିବେ ନାହିଁ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଦେଶର ଯୁବବର୍ଗ ହିଁ ଏହାର ନେତୃତ୍ୱ ନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।










