24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଫର୍ମୁଲା ଇ ରେସ୍ ଦୁର୍ନୀତି; କେଟିଆରଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ଫର୍ମୁଲା ଇ ରେସ୍ ଦୁର୍ନୀତି; କେଟିଆରଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ହାଇଦ୍ରାବାଦ୍‌: ଫର୍ମୁଲା ଇ ରେସ୍ ଆୟୋଜନରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌୍‌) କାର୍ଯ୍ୟକାରୀ ସଭାପତି ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ପୁଅ କେଟି ରାମା ରାଓ ଓରଫ କେଟିଆରଙ୍କୁ ମିଳିଛି ଆଶ୍ୱସ୍ତି। ଏହି ଦୁର୍ନୀତି ମାମଲାରେ କେଟିଆରଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କେଟିଆରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ତେବେ ମାମଲାରେ ତଦନ୍ତ ଜାରି ରଖିବା ପାଇଁ ଦୁର୍ନୀତି ନିବାରଣ ଶାଖା (ଏସିବି)କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୭ରେ କରାଯିବ ବୋଲି ହାଇକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। କେଟିଆରଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦୁର୍ନୀତି ନିବାରଣ ଶାଖା(ଏସିବି)କୁ ଚିଠି ଲେଖାଯାଇ ମାମଲାର ତଥ୍ୟ ମଗାଯାଇଛି। ଅର୍ଥାତ୍ ଏହି ଏହି ମାମଲାରେ ଇଡି ମଧ୍ୟ ତଦନ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏସିବି ନିକଟରୁ ସମସ୍ତ ତଥ୍ୟ ପାଇବା ପରେ ଇଡି ମଧ୍ୟ କେଟିଆରଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବ ଇଡି। ଏପରି ହେଲେ କେଟିଆର୍‌ଙ୍କ ସମସ୍ୟା ଆହୁରି ବଢ଼ିଯିବ। କାରଣ ଏସିବି ଏଫଆଇଆରରେ ଦର୍ଶାଯାଇଛି ଯେ ଫର୍ମୁଲା ଇ ଆୟୋଜକ (ଏଫଓଇ) ହେଉଛି ଗୋଟିଏ ବିଦେଶ କମ୍ପାନୀ।

କ୍ୟାବିନେଟର ବିନା ଅନୁମତିରେ ଏହି କମ୍ପାନୀକୁ କେଟିଆର ଟଙ୍କା ଦେବାକୁ ସ୍ଥିର କରିଥିଲେ। ଏହିକ୍ରମେ ହାଇଦ୍ରାବାଦ ମେଟ୍ରୋପଲିଟାଣ୍ଟ ଡେଭଲପମେଣ୍ଟ ପ୍ରାଧିକରଣ ଆରବିଆଇର ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରି ୨ଟି ଦଫାରେ ଏହି ବିଦେଶ କମ୍ପାନୀକୁ ପ୍ରାୟ ୪୫ କୋଟି ଟଙ୍କା ପ୍ରଦାନ କରିଥିଲା। ଏଥିପାଇଁ ତେଲଙ୍ଗାନା ସରକାରଙ୍କ ଉପରେ ଆରବିଆଇ ୮ କୋଟି ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଥିଲା। ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା କିଛି ଦିନ ତଳେ କେଟିଆରଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ଦେଇଥିଲେ। ଏହାପରେ ଏସିବି ଏହି ଦୁର୍ନୀତି ମାମଲାରେ ତାଙ୍କ ନାମକୁ ଯୋଡିଛି। କେଟି ରାମା ରାଓ ଶୁକ୍ରବାର ଏହି ମାମଲାରେ ନିଜ ବିରୋଧରେ ରୁଜୁ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେ ତର୍କ ରଖିଥିଲେ ଯେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। କେଟିଆରଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ ଫର୍ମୁଲା ଇ ରେସ୍ ଆୟୋଜନ ବିଆରଏସ୍ ସରକାରଙ୍କର ଏକ କାର୍ଯ୍ୟକ୍ରମ ଥିଲା। ପୂର୍ବତନ ମନ୍ତ୍ରୀ କେଟିଆରଙ୍କ ଦ୍ୱାରା ହୋଇଥିବା ଭୁଲ ହେଉଛି ସରକାରଙ୍କ ବିଫଳତା, ଏହା ଦୁର୍ନୀତି ନୁହେଁ। ହେଲେ ମାମଲାର କୌଣସି ପ୍ରାଥମିକ ତଦନ୍ତ କରାନଯାଇ ହଠାତ ୧୪ ମାସ ପରେ ମାମଲା ରୁଜୁ କରାଯାଇଛି। ପ୍ରକାଶ, ବିଆରଏସ୍ ସରକାର ସମୟରେ ହାଇଦ୍ରାବାଦରେ ଏକ ଫର୍ମୁଲା-ଇ ରେସ୍ ଆୟୋଜନ କରିବା ନେଇ କେଟି ରାମାରାଓ ଉଦ୍ୟମ କରିଥିଲେ। ପ୍ରକୃତରେ ଏହା ଗତବର୍ଷ ଆୟୋଜନ ହେବାର ଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଚଳିତ ବର୍ଷ ଫେବ୍ରୁଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିବା ପରେ ଏହି ରେସ୍‌କୁ ବାତିଲ କରିଦେଇଥିଲା। ଏସବୁ ମଧ୍ୟରେ ରେସ୍ ପାଇଁ ହୋଇଥିବା ଆର୍ôଥକ କାରବାରରେ ବ୍ୟାପକ ହେରଫେର ହୋଇଥିବା ଏସିବି ଜାଣିବାକୁ ପାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking