କେନ୍ଦ୍ରାପଡା : ଉଦ୍ଧାର କରାଯାଇଛି ବିରାଟ ଅଜଗର । କେନ୍ଦ୍ରାପଡା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶି ଘେରି ଚାଷ ଜମିରୁ ଏକ ଫୁଟର ବିଶାଳ ଅଜଗର ଉଦ୍ଧାର କରାଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଅଜଗର ସାପଟିର ମୁଣ୍ଡରେ ସାମାନ୍ୟ ଆଘାତ ଥିବାରୁ ଡ଼ିଏଫଓ ଙ୍କ ନିର୍ଦେଶ ଅନୁସାରେ ସାପକୁ ବଡ଼ ଲୁହା ପଞ୍ଜୁରୀ ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଛି । ସାପ ଟି ସମ୍ପୂର୍ଣ ସୁସ୍ଥ ହୋଇଗଲେ ଏହାକୁ ଭିତରକନିକା ଜଙ୍ଗଲ ରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତମାନ ଭିତରକନିକା ରେ ପର୍ୟ୍ୟଟକମାନେ ଏହି ବିରାଟକାୟ ସାପକୁ ଦେଖିବା ପାଇଁ ଭିଡ଼ ଜାମଉଛନ୍ତି ।










