26.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶୟୁକ୍ରେନ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ରୁଷ୍‌

ୟୁକ୍ରେନ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ରୁଷ୍‌

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୩ ବର୍ଷ ପୂରଣ ହେବା ପାଇଁ ଆଉ ମାତ୍ର ୨-୩ ମାସ ବାକି ଅଛି । ଆଉ ଏହି ସମୟ ମଧ୍ୟରେ ଯୁଦ୍ଧ ଏକ ଭୟାନକ ରୂପ ନେଇଛି। ଉଭୟ ଦେଶ ବର୍ତ୍ତମାନ ପରସ୍ପର ଉପରେ ଜୋରଦାର୍ ଏୟାର ଷ୍ଟ୍ରାଇକ୍ କରୁଛନ୍ତି। ରୁଷ ଶୁକ୍ରବାର ସକାଳେ ୟୁକ୍ରେନର ରାଜଧାନୀ କ୍ୱିଭ୍ ଉପରେ ବାଲିଷ୍ଟିକ୍ ମିସାଇଲ ଆକ୍ରମଣ କରିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଅଧିକାରୀ ମାନେ ଏହି ସୂଚନା ପ୍ରଦାନ କରିଛନ୍ତି । ବୋମା ବିସ୍ଫୋରଣରେ ପରମାଣୁ ମୁଖ୍ୟଙ୍କ ମୃତ୍ୟୁ ପରେ ରୁଷ ଏହି ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ରୁଷ କହିଛି ଯେ, ୟୁକ୍ରେନ ଆକ୍ରମଣର ଜବାବରେ ଏହି ପଦକ୍ଷେପ ନିଆଯାଇଛି। ସୂର୍ଯ୍ୟ ଉଦୟ ପୂର୍ବରୁ କ୍ୱିଭ୍‌ରେ ଅତି କମରେ ତିନିଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।

ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ତିନୋଟି ଜିଲ୍ଲାରେ କ୍ଷୟକ୍ଷତି ଓ ଅଗ୍ନିକାଣ୍ଡ ଘଟିଛି। ନଗର ପ୍ରଶାସନ ଏହି ସୂଚନା ଦେଇଛି। ତେବେ ରୁଷ୍‌ର ଏହି ଆକ୍ରମଣରେ ୬୩୦ ଆବାସିକ କୋଠା, ୧୬ ଟି ମେଡିକାଲ ଏବଂ ୩୦ ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ କହିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଆକ୍ରମଣ ଶୁକ୍ରବାର ଦିନ ରୋଷ୍ଟୋଭ ସୀମା ଅଞ୍ଚଳରେ ୟୁକ୍ରେନ କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ କରାଯାଇଛି। ରୁଷ ଅନୁଯାୟୀ, ୟୁକ୍ରେନ ଏହି ଆକ୍ରମଣରେ ଆମେରିକାର ନିର୍ମିତ ‘ଆର୍ମି ଟାକ୍ଟିକାଲ୍ ମିସାଇଲ୍ ସିଷ୍ଟମ୍‌’ ମିସାଇଲ୍ ଏବଂ ବ୍ରିଟେନରୁ ମିଳିଥିବା ଚାରିଟି ସୋର୍ସଡ୍ ‘ଷ୍ଟର୍ମ ସୋର୍ଡ ଏୟାର ଲଞ୍ଚ୍‌’ ମିସାଇଲ୍ ବ୍ୟବହାର କରିଛି। ତେବେ ୟୁକ୍ରେନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାଁନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking