30.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶପାକିସ୍ତାନର ୪ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ପାକିସ୍ତାନର ୪ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା । ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନେଇ କଠୋର ହେଲା ଆମେରିକା । ୪ କମ୍ପାନୀ ଉପରେ ଲଗାଇଲା ବ୍ୟାନ୍‌? । କହିଲା ଆଗକୁ ଆମେରିକା ପାଇଁ ବିପଦ ହୋଇପାରେ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୋଗ୍ରାମ । ପ୍ରତିବନ୍ଧକ ପରେ ପାକିସ୍ତାନର ବଢ଼ିଛି ଚିନ୍ତା । ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନେଇ କଠୋର ହେଲା ଆମେରିକା । ଗୋଟିଏ ଦିନ ପୂର୍ବରୁ ୪ଟି କମ୍ପାନୀ ଉପରେ ଲଗାଇଲା ପ୍ରତିବନ୍ଧକ । ଯାହା ପାକିସ୍ତାନ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ହ୍ୱାଇଟ୍ ହାଉସ୍ ତରଫରୁ କୁହାଯାଇଛି ଯେ, ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୋଗ୍ରାମରେ ପାକିସ୍ତାନର କ୍ଷମତା ଦକ୍ଷିଣ ଏସିଆର ବାହାରେ ଆମେରିକା ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ହୋଇଯିବ ।

ହ୍ୱାଇଟ୍ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନର ଏହି କାର୍ଯ୍ୟକଳାପ ଆମେରିକା ପାଇଁ ବିପଦ ହୋଇପାରେ । ବାସ୍ତବରେ ଆମେରିକା ପାକିସ୍ତାନର ସରକାରୀ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ନ୍ୟାସନାଲ ଡେଭଲପମେଣ୍ଟ କମ୍ପେ୍ଲକ୍ସ ସମେତ ୪ଟି ପାକିସ୍ତାନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି କମ୍ପାନୀ କରାଚି ଘଊଉ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମ୍ ସହ ସାମିଲ । ଆମେରିକାର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଜନ୍ ଫିନର୍ ଏକ ଥିଙ୍କ ଟ୍ୟାଙ୍କକୁ କହିଛନ୍ତି ଯେ, ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ପାଇଁ ବାଇଡେନ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରଥମଥର ପାଇଁ ଆମେ ପାକିସ୍ତାନର ଏକ ସରକାରୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking