23.1 C
Bhubaneswar
Thursday, December 19, 2024
Homeଓଡିଶାଆଜି ସଂସଦରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ: ବିଜେଡି

ଆଜି ସଂସଦରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ: ବିଜେଡି

 ସଂସଦ ଏକ ଗାରିମାମୟ ସ୍ଥାନ
 ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନିତ କରିବା ପାଇଁ ବିଜେଡି ପ୍ରସ୍ତାବ ରଖିଛି
 ସାଂସଦ ହୁଅନ୍ତୁ କି ବିଧାୟକ ବା ରାଜ୍ୟପାଳଙ୍କ ପୁଅ, ଆଇନର ଊର୍ଦ୍ଧ୍ଵରେ କେହି ନୁହଁନ୍ତି
ଭୁବନେଶ୍ୱର,: ଆଜି ସଂସଦରେ ଘଟିଥିବା ଘଟଣା ସଂସଦର ଗାରିମା କ୍ଷୁର୍ଣ୍ଣ କରିଥିବା ବେଳେ ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ ବୋଲି ବିଜୁ ଜନତା ଦଳ ତାର ପ୍ରତିକ୍ରିୟାରେ ଏକ ପ୍ରେସ ବିବୃତ୍ତିରେ କହିଛି।
ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି, ଗଣତନ୍ତ୍ରର ମନ୍ଦିର ସ୍ୱରୂପ ସଂସଦର ମର‌୍ୟ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ କର୍ତ୍ତବ୍ୟ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଅହିଂସାର ଗୁରୁତ୍ୱ ଉପଲବ୍ଧି କରି ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ପାଇଁ ପ୍ରସ୍ତାବ ରଖିଛନ୍ତି। ଆଜି ସଂସଦରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଅତ୍ୟନ୍ତ ଜରୁରୀ।
ଯେଉଁ ବ୍ୟକ୍ତି ଆଇନକୁ ଉଲଂଘନ କରିଛନ୍ତି ଆଇନ ଅନୁସାରେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେଉ। ଏହାକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ। ସାଂସଦ ହୁଅନ୍ତୁ କି ବିଧାୟକ ବା ରାଜ୍ୟପାଳଙ୍କ ପୁଅ, କେହି ଆଇନର ଊର୍ଦ୍ଧ୍ଵରେ ନୁହଁନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking