ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରର ଭାନୁଆତୁ ଉପକୂଳରେ ଭାନୁଆତୁରେ ବଡ ଧରଣର ଭୂକମ୍ପ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୩ ରହିଥିଲା । ଏଥିଯୋଗୁଁ ବହୁସଂଖ୍ୟାରେ ଘର ଭୁସୁଡି ପଡିଛି। ଅନେକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ମୃତ୍ୟସଂଖ୍ୟା ବାବଦରେ ସ୍ପଷ୍ଟ ଭାବେ ଜଣାପଡି ନାହିଁ । ଏହି ଦ୍ଵୀପଦେଶର ପ୍ରମୁଖ ସହର ପୋର୍ଟ ଭିଲାର ପଶ୍ଚିମରେ ପ୍ରାୟ ୫୭ କିମି ଦୂରରେ ଭୂକମ୍ପ କେନ୍ଦ୍ରସ୍ଥଳ ଥିଲା । ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରିଥିଲା । ରାସ୍ତାରେ କେତକ ମୃତଦେହ ପଡିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେଠାରେ ଥିବା ଆମେରିକା ଓ ଫ୍ରାନ୍ସ ଦୂତବାସ କୋଠା ମଧ୍ୟ ଭାଙ୍ଗି ଯାଇଥିବା ଜଣାଯାଇଛି । ଭୁସ୍ଖଳନ ଯୋଗୁଁ ଏକ ବସ ମାଟିତଳେ ଦବି ଯାଇଥିବା ସ୍ଥାନୀୟ ଲୋକ ପ୍ରକଟ କରିଛନ୍ତି। ରାସ୍ତାଘାଟ ଫାଟିଯିବା ସହ କେତେକ ପୋଲ ମଧ୍ୟ ଭାଙ୍ଗି ଯାଇଛି । କାର ଗୁଡୁକ କୋଠାତଳେ ଚାପି ହୋଇଯାଇଛି । ଭୂକମ୍ପ ପରେ ମଧ୍ୟ ଏକାଧିକ ଝଟକା ଅନୁଭୁତ ହୋଇଛି। ଲୋକଙ୍କ ସୁରକ୍ଷିର ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ପ୍ରାୟ ୮୦ ଦ୍ଵୀପକୁ ନେଇ ଗଠିତ ଦ୍ଵୀପଦେଶ ଭାନୁଆତୁର ଜନସଂଖ୍ୟା ପ୍ରାୟ ୩ ଲକ୍ଷ ୩୦ ହଜାର ହେବ ।
⚠️ A 7.3 magnitude #earthquake has struck #Vanuatu . Videos show heavy damage to a building housing #USA , #UK , and #French embassies. #Pacific #SeismicActivity #earthquake #embassy #News #ViratKohli #video pic.twitter.com/rstUBNwUJe
— Ali Shunnaq 🖊️ ★彡 𝒜𝓁𝒾 彡★ (@schunnaq) December 17, 2024