20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଇଗୋର୍ ମୃତ୍ୟୁର ପ୍ରତିଶୋଧ ନିଆଯିବ - ଋଷ

ଇଗୋର୍ ମୃତ୍ୟୁର ପ୍ରତିଶୋଧ ନିଆଯିବ – ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ହେବ ଚାଲିଥିବା ଯୁଦ୍ଧ ଏବେ ସାଂଘାତିକ୍ ମୋଡ ନେବାରେ ଲାଗିଛି। ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍‌ର ଅନୁସନ୍ଧାନ କମିଟି ଦର୍ଶାଇଛି। ରୁଷ୍‌ର ଆଣବିକ, ରାସାୟନିକ ଓ ଜୈବିକ ସୁରକ୍ଷାର ସୈନ୍ୟବାହିନୀର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ। କିରିଲୋଭଙ୍କୁ କ୍ରେମଲିନରୁ ପ୍ରାୟ ୭ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରିଆଜାନସ୍କି ପ୍ରୋସପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ କୋଠା ନିକଟରେ ହତ୍ୟା କରାଯାଇଥିବା ସୂଚନା ରହିଛି।
ତାଙ୍କ ମୃତ୍ୟୁ ପରେ ଏବେ ରକ୍ତମୁଖା ହୋଇପଡିଛି ଋଷ । ଋଷ ସ୍ପଷ୍ଟ କରିଛି ଇଗୋରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ୟୁକ୍ରେନ୍ ବିରୋଧରେ ବଡ ପଦକ୍ଷେପ ଉଠାଇପାରେ ଋଷ । ପୂର୍ବରୁ ପରମାଣୁ ଆକ୍ରମଣ ପାଇଁ ବାରମ୍ବାର ଧମକ ଦେଇଆସିଛି ଋଷ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ଉଠାଇନାହାଁନ୍ତି ଋଷ ରାଷ୍ଟ୍ରପତି। ମାତ୍ର ଇଗୋରଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ହୋଇ ଉଠିଛି ଋଷ୍‌। ତେବେ ଇଗୋରଙ୍କ ହତ୍ୟାକୁ ନେଇ ସ୍ପଷ୍ଟିକରଣ ରହିଛି ୟୁକ୍ରେନ୍ । ଏସବିୟୁ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଇଗୋରକୁ ହତ୍ୟା କରିବା ପାଇଁ ୟୁକ୍ରେନ ସ୍ପେସାଲ ଅପରେସନ୍ ଆରମ୍ଭ କରିଥିଲା । ଏସବିୟୁର ଜଣେ ଅଧିକାରୀ କହିଛନ୍ତି, ଇଗୋର ଜଣେ ଯୁଦ୍ଧ ଅପରାଧୀ ଥିଲେ । କାରଣ ସେ ୟୁକ୍ରେନ୍ ବିରୋଧରେ ଅବୈଧ ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବା ପାଇଁ ଆଦେଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking