16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଚୀନ୍‌ରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର ନୀତି

ଚୀନ୍‌ରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର ନୀତି

ନୂଆଦିଲ୍ଲୀ: ଚୀନ୍ ପ୍ରଶାସନରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର ନୀତି ରହିଛି। ଆଉ ଏହି ନୀତି ଅନୁଯାୟୀ, ଚୀନ୍ ସରକାର ଏହାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏବେ ମୃତ୍ୟୁଦଣ୍ଡ ଦେଇଥିବା ଜଣାପଡିଛି । ମଙ୍ଗଳବାର ଚୀନ୍ ସରକାର ଉତ୍ତର ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ସ୍ୱୟଂଶାସିତ ଅଞ୍ଚଳର ପୂର୍ବତନ ଅଧିକାରୀ ଲି ଜିଆନପିଙ୍ଗଙ୍କୁ ଫାଶୀ ଦେଇଛନ୍ତି। ଦେଶର ସବୁଠୁ ବଡ ଦୁର୍ନୀତି ମାମଲାରେ ଲି ଜିଆନପିଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଦୁର୍ନୀତିରେ ୪୨ କୋଟି ଆମେରିକୀୟ ଡଲାରରୁ ଅଧିକ ଠକେଇ ହୋଇଥିବା କୁହାଯାଇଛି। ଲି ଜିଆନପିଙ୍ଗ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟିର ୱାର୍କିଂ କମିଟିର ସଦସ୍ୟ ଥିଲେ। ଲି ଙ୍କୁ ପୂର୍ବରୁ ସେପ୍େଟମ୍ବର ୨୦୨୨ରେ ମୃତ୍ୟୁଦଣ୍ଡ ଦିଆଯିବାର ଯୋଜନା ଥିଲା, କିନ୍ତୁ ସେ ଏହି ଦଣ୍ଡ ବିରୋଧରେ ଆବେଦନ କରିଥିଲେ।

ଆବେଦନ ପରେ ମଧ୍ୟ ଚୀନ୍‌ର ସର୍ବୋଚ୍ଚ ନ୍ୟାୟାଳୟ ଏହି ଦଣ୍ଡକୁ ସମର୍ଥନ କରିଛନ୍ତି, ଯାହା ପରେ ଲିଙ୍କୁ ବର୍ତ୍ତମାନ ମୃତ୍ୟୁଦଣ୍ଡ ଦିଆଯାଇଛି। ଚୀନ୍‌ର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲି ଜିଆନପିଙ୍ଗ ୪୨ କୋଟି ଡଲାର ବେଆଇନ ରୋଜଗାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଚୀନ୍ ଇତିହାସରେ ଏହା ସବୁଠାରୁ ବଡ ଘୋଟାଲା ବୋଲି କୁହାଯାଉଛି। ୨୦୧୨ରେ ଚୀନ୍‌ରେ କ୍ଷମତାକୁ ଆସିବା ପର ଠାରୁ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସି ଜିନପିଙ୍ଗଙ୍କ କାର୍ଯ୍ୟକାଳ ମଧ୍ୟରେ ଏପର୍ଯ୍ୟନ୍ତ ଦୁଇଜଣ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଦଶ ହଜାର ସୈନିକଙ୍କ ସମେତ ଏକ ଲକ୍ଷରୁ ଅଧିକ ଦଳର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking