21.7 C
Bhubaneswar
Monday, February 23, 2026
Homeଓଡିଶାଆଜିଠୁ ରତ୍ନଭଣ୍ଡାର ମରାମତି ଆରମ୍ଭ

ଆଜିଠୁ ରତ୍ନଭଣ୍ଡାର ମରାମତି ଆରମ୍ଭ

ପୁରୀ : ଆଜିଠାରୁ ଆରମ୍ଭ  ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ତିନିମାସ ଭିତରେ ମରାମତି କାମ ସାରିବାକୁ  ଭାରତୀୟ ପ୍ରତ୍ନତତ୍ତ୍ୱ   ସଜ୍ମେକ୍ଷଣ ସଂସ୍ଥା ଲକ୍ଷ୍ୟ ରଖିଛି । ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏହା ପରେ ଆବଶ୍ୟକ ମରାମତି କରାଯିବ ।  ତେବେ ଶ୍ରୀମନ୍ଦିର ଛତିଶାନିଯୋଗ ନିଷ୍ପତ୍ତି ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଶେଷ ଓ ଭୋଗ ବାହାରିବା ପରେ ପରବର୍ତ୍ତୀ ନୀତିକାନ୍ତି ବନ୍ଦ ରହିବ। ଏହା ପରେ ଏଏସଆଇର ବୈଷୟିକ ଦଳ ମରାମତି ପାଇଁ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ୧ଟା ଭିତରେ ଏଏସଆଇ ବୈଷୟିକ ଦଳ ପ୍ରବେଶ କରିବେ। ଆଜି ପ୍ରଥମ ଦିନରେ
ଏଏସଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡକ୍ଟର ଡି.ବି ଗଡ଼ନାୟକ, ଉପଅଧୀକ୍ଷକ ଚିତ୍ତରଂଜନ ଦାସ, ବରିଷ୍ଠ ସଂରକ୍ଷକ ଦେବେନ୍ଦ୍ର ପ୍ରଧାନ, ସହକାରୀ ସଂରକ୍ଷକ ଜ୍ୟୋତିରଂଜନ ପ୍ରଧାନ ପ୍ରମୁଖଙ୍କୁ ନେଇ ଏଏସଆଇର ଏକ ଦଳ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁପାଳନ କରିବା ସହ ଏଏସଆଇ ସମସ୍ତ ମରାମତି କାମ ସଂପୂର୍ଣ୍ଣ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking