27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶପାକିସ୍ତାନର ଏହି ସ୍କୁଲରେ ପିଲାଙ୍କ ସହ ମା’ଙ୍କୁ କରିବାକୁ ପଡେ ଆଡମିଶନ

ପାକିସ୍ତାନର ଏହି ସ୍କୁଲରେ ପିଲାଙ୍କ ସହ ମା’ଙ୍କୁ କରିବାକୁ ପଡେ ଆଡମିଶନ

କରାଚି: ପାକିସ୍ତାନର କରାଚିରେ ଥିବା ଏକ ବିଦ୍ୟାଳୟ ବର୍ତ୍ତମାନ ଖବରର ଶିରୋନାମ ପାଲଟିଛି। ଏହି ବିଦ୍ୟାଳୟ ଏହାର ଅନନ୍ୟ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରସିଦ୍ଧ ହେଉଛି। ଏହି ବିଦ୍ୟାଳୟର ନାମ ହେଉଛି ‘ମଦର ଚାଇଲ୍ଡ ଟ୍ରମା ଇନଫର୍ମଡ ସ୍କୁଲ’। ଏଠାରେ ଆଡମିଶନ ପାଇଁ ପ୍ରଥମ ସର୍ତ୍ତ ହେଉଛି ପିଲାଙ୍କ ସହିତ ତାଙ୍କ ମା’ଙ୍କୁ ମଧ୍ୟ ଆଡମିଶନ ନେବାକୁ ପଡିବ। ଏହି ବିଦ୍ୟାଳୟରେ କେବଳ ସେହି ଶିଶୁ ଏବଂ ମା’ମାନଙ୍କୁ ଆଡ଼ମିଶନ ଦିଆଯାଏ ଯେଉଁମାନେ କିଛି ମାନସିକ ଆଘାତ ଦେଇ ଗତି କରିଥାନ୍ତି। ଏହା ଅଜବ ଲାଗୁଥାଇପାରେ କିନ୍ତୁ ଏହି ବିଦ୍ୟାଳୟ ଏବଂ ଏହାର କାହାଣୀ ସତରେ ବହୁତ ଆକର୍ଷଣୀୟ । ଏହି ବିଦ୍ୟାଳୟର ପ୍ରତିଷ୍ଠାତା ହେଉଛନ୍ତି ସବିନା ଖତ୍ରି। ସେ ପିଲାଦିନର ନିଜର ଅନୁଭୂତିରୁ ପ୍ରେରଣା ନେଇ ଏହି ବିଦ୍ୟାଳୟ ଆରମ୍ଭ କରିଥିଲେ। ଆଠ ବର୍ଷ ବୟସରେ ଏକ ହି଼ଂସାରେ ମା’ଙ୍କଠାରୁ ଅଲଗା ହୋଇଯାଇଥିଲେ ସବିନା। ଏହି ଦୁଃଖକୁ ଛାତିରେ ଚାପିଧରି ୨୦୦୬ ମସିହାରେ ପାକିସ୍ତାନର ଲିଆରିରେ ଏକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସବିନାଙ୍କ ଅନୁଯାୟୀ, ଲିଆରିର ପିଲାମାନେ ପ୍ରକୃତରେ ନିଜ ଆଖିରେ ଆତଙ୍କବାଦ ଓ ହିଂସା ଦେଖିଛନ୍ତି। ଏସବୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ, ସେ ସ୍ଥିର କଲେ ଯେ ଯେପରି ସେ ତାଙ୍କ ପିଲାଦିନର ଏହି ମାନସିକ ଆଘାତକୁ ସେ ଯେଉଁଭଳି ଭାବେ ଅତିକ୍ରମ କରିଥିଲେ, ସେ କଷ୍ଟ ଆଉ କାହାକୁ ନହେଉ। ତେଣୁ ସେ ଲିଆରୀର ପିଲାମାନଙ୍କୁ ଏବଂ ସେମାନଙ୍କ ମା’ମାନଙ୍କୁ ମାନସିକ ଆଘାତରୁ ଦୂର କରିବାରେ ସାହାଯ୍ୟ କରିବେ। ଏହି ବିଦ୍ୟାଳୟରେ ଉଭୟ ଶିଶୁ ଏବଂ ସେମାନଙ୍କ ମା’ମାନଙ୍କ ପାଇଁ ଏକ ପୃଥକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ପିଲାମାନେ ସପ୍ତାହରେ ପାଞ୍ଚ ଦିନ କ୍ଲାସରେ ପଢୁଥିବାବେଳେ ମା ମାନଙ୍କୁ ତିନି ଦିନ କ୍ଲାସ ଆସିବାକୁ ପଡିଥାଏ। ପିଲାମାନଙ୍କର ଶିକ୍ଷା ସହିତ, ମା’ମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନ କୈଶଳର ଶିକ୍ଷା ଦିଆଯାଇଥାଏ। ଏହି ବିଦ୍ୟାଳୟ ସାଧାରଣ ବିଦ୍ୟାଳୟଠାରୁ ଅତ୍ୟନ୍ତ ଭିନ୍ନ। ଏଠାରେ, ଶ୍ରେଣୀଗୃହରେ ବ୍ଲାକବୋର୍ଡ ପରିବର୍ତ୍ତେ, ବାର୍ତ୍ତାଳାପ, ପରାମର୍ଶ ଏବଂ ଖେଳ ମାଧ୍ୟମରେ ଶିଶୁ ଏବଂ ମା’ମାନଙ୍କ ପାଇଁ ଏକ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking