ବାଲେଶ୍ୱର: ଗାଁ ମୁହାଁ ଝାଡଖଣ୍ଡୀ ହାତୀ। ହାତୀ କବଳରୁ ଗାଁ କୁ ସୁରକ୍ଷା ପାଇଁ ନିଆଁ ଜାଳି ଜଗିଛନ୍ତି ଗ୍ରାମବାସୀ। ଯେପରି ହାତୀମାନେ ଗାଁକୁ ପ୍ରବେଶ ନ କରିବେ ସେଥିପାଇଁ ସଜାଗ ରହିଛନ୍ତି। ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ କାଟ ହେଉଥିବା ବେଳେ ଗ୍ରାମବାସୀ ଏକାଠୀ ହୋଇ ନିଆଁ ଜାଳି ହାତୀ ଘଉଡାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଝାଡଖଣ୍ଡ ଦଲମା ଜଙ୍ଗଲରୁ ୫୫ ଟିକିଆ ହାତୀପଲ ଗତ ୭ ତାରିଖରୁ ନୀଳଗିରି ମୁହାଁ ହୋଇଛନ୍ତି। ନୀଳଗିରିର ଗୋପାଳପୁର, ସାତରାଣ୍ଡ, ହାତୀମୁଣ୍ଡା, ନରଣପୁରର ପାଗଡା ପଦା, ତେରଳଡିହୀ ଓ ଜଡିବାଲି ଅଞ୍ଚଳରେ ହାତୀଗୁଡିକ ୪ ଦିନ ପଇଁତରା ମାରିବା ସହ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି କରିଛନ୍ତି ହାତୀ ପଲ। ଗ୍ରାମବାସୀ ଓ ବନବିଭାଗର ୫୦ ରୁ ଅଧିକ କର୍ମଚାରୀ ରାତି ଉଜାଗର ରହି ନିଆଁ ଜାଳି ହାତୀ ଗୁଡିକୁ ଗାଁ ମୁହାଁ ନହେବା ପାଇଁ ଚେଷ୍ଟା ଚଳାଇଛନ୍ତି ।