19.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶପ୍ରଥମ ଥର ପାଇଁ ଦୀଘାରେ ହେବ ରଥଯାତ୍ରା- ମମତା ବାନାର୍ଜୀ

ପ୍ରଥମ ଥର ପାଇଁ ଦୀଘାରେ ହେବ ରଥଯାତ୍ରା- ମମତା ବାନାର୍ଜୀ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଦୀଘାରେ ହେବ ରଥଯାତ୍ରା । ନିର୍ମାଣଧୀନ ଜଗନ୍ନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ସହିତ ବଡ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁଇ ଦିନିଆ ଗସ୍ତରେ ଆସି ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ଉଦଘାଟନ ନେଇ ଏଭଳି ଘୋଷଣା କରିଛନ୍ତି । ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ଦିନ ମନ୍ଦିରକୁ ଉଦଘାଟନ କରାଯିବ । ସାମ୍ବାଦିକ ସମ୍ମିଳନୀରେ  ଏହି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର ଭଳି ଦୀଘା ପଯ୍ୟଟନସ୍ଥଳୀକୁ ବିକାଶ କରିବା ପାଇଁ ମମତା ସରକାରଙ୍କୁ ୨୦୧୯ରେ ଆରମ୍ଭ କରିଥିଲେ  ଜଗନ୍ନାଥ ମନ୍ଦିର ନିର୍ମାଣ କାଯ୍ୟ । ପଯ୍ୟଟକକୁ ଆତ୍କୃଷ୍ଟ କରିବା ପାଇଁ ୨୨ ଏକର ଜମିରେ ମନ୍ଦିର ନିର୍ମାଣ ଚାଲିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୨ ଶହ ୫୦ କୋଟି ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking