ନୂଆଦିଲ୍ଲୀ : ଟେଲି ଜଗତରେ ଧୁମ ମଚାଉଛି ପୁଷ୍ପା- ୨ । ବକ୍ସ ଅଫିସରେ କମାଲ କରୁଛି ପୁଷ୍ପା ୨ । ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମାନ୍ଦାନଙ୍କ ଫିଲ୍ମ ରେକର୍ଡ କରୁଛି । ଏହାସହିତ ଏହି ଦୁଇ ଯୋଡି ଦର୍ଶକଙ୍କ ମନକୁ ଜିିଣିଛନ୍ତି । ଏହି ଚଳଚ୍ଚିତ୍ରଟି ଖୁବଶୀଘ୍ର ହଜାରେ କୋଟି ଛୁଇଁବାକୁ ଯାଉଛି । ଡିସେମ୍ବର ୫ରେ ରିଲିଜ ହୋଇଥିବା ଏହି ସିନେମାଟି ୬ ଦିନରେ ବିଶ୍ୱବ୍ୟାପୀ ୯୫୦ କୋଟିର ରୋଜଗାର କରିବାରେ ସଫଳ ହୋଇଛି । ପ୍ରଥମ ଦିନରେ ୧୬୪ କୋଟିର ବ୍ୟବସାୟ କରି ବର୍ଷର ରେକର୍ଡ ସୃଷ୍ଟି କରିଥିଲା । ସବୁ ଫିଲ୍ମ ହଲରେ ହାଉସଫୁଲ ରହିଛି । ଆଗକୁ ଏହା ବାହୁବଳି ୨ର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ପୁଷ୍ପା୨କୁ ନେଇ ଦର୍ଶକଙ୍କ ଭିତରେ ଉତ୍କର୍ଷତା ବଢିଛି ।










