27.1 C
Bhubaneswar
Saturday, March 28, 2026
Homeଓଡିଶାଖସିବ ପାରଦ, ବଢ଼ିବ ଶୀତ

ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଖସିବ ପରଦା, ବଢ଼ିବ ଶୀତ। ଆଗାମୀ ୩ ଦିନରେ ୩ ରୁ ୫ ଡିଗ୍ରୀ କମିବ ରାତ୍ରି ତାପମାତ୍ରା। ପୁଣି ଶୀତର ଅନୁଭୂତି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବା ନେଇ ବିଭାଗ ସୂଚନା ଦେଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଦେବଗଡ ଓ କେନ୍ଦୁଝରରେ ଶୀତର ପ୍ରକୋପ ଅଧିକ ରହିବ। ଚଳିତବର୍ଷ ଡିସେମ୍ବରରେ ଶୀତ ନାହିଁ। ସବୁ ବର୍ଷ ଏହି ସମୟରେ ରାଜ୍ୟରେ ପ୍ରବଳ ଶୀତ ଲହରୀ ଅନୁଭୂତ ହୋଇଥାଏ।

କିନ୍ତୁ ଏବର୍ଷ ସାମାନ୍ୟ ଶୀତ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ବାୟୁର ଦିଗ ପରିବର୍ତ୍ତନ ସହ ପାଗରେ ପରିବର୍ତ୍ତନ ହେବ। ସେପଟେ ବାୟୁ ଚଳାଚଳ ସହ ଆର୍ଦ୍ରତା ମାତ୍ରାକୁ ନେଇ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ରାଜ୍ୟରେ କିଛି ଅଞ୍ଚଳରେ ହେଉଥିବାବେଳେ ଆଗାମୀ ୨୪ ଘଣ୍ଟା ଯାଏ ବର୍ଷା ରାଜ୍ୟରେ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ବଲପୁରର ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବର୍ଷାର ବିଶେଷ ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ପାହାଡିଆ ଅଞ୍ଚଳ କୋରାପୁଟରେ ୧୪.୬ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୨୦.୬ ଓ କଟକରେ ୧୮.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ କଳାହାଣ୍ଡି ଧର୍ମଗଡ଼ରେ ସର୍ବାଧିକ ୨୯.୦୦ ମିମି ବର୍ଷା ରେକର୍ଡ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking