15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଉଦ୍ଧାର ହେଲେଣି ୩୫୭ ଜଣ କିଶୋର

ଉଦ୍ଧାର ହେଲେଣି ୩୫୭ ଜଣ କିଶୋର

ଭୁବନେଶ୍ୱର: ସଂଶୋଧିତ ଆଇନ୍‍ – ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍‍, ୧୯୮୬ ରେ ୧୫ ରୁ ୧୮ ବର୍ଷ ବୟସର ୩୫୭ ଜଣ କିଶୋର ଶ୍ରମିକ ବିଭିନ୍ନ ଜିଲ୍ଲାରେ ଉଦ୍ଧାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୭୭ଜଣ ଖୋରଧା ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ଶିଶୁ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍‍ ୧୯୮୬ ଓ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍‍, ୧୯୮୬ର ଖିଲାପ ହେତୁ ୭୨୭ ଗୋଟି ମାମଲା ରୁଜୁ ହୋଇଛି ଏବଂ ୭ଟି ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ହୋଇଛି । ଶିଶୁ ଓ କିଶୋର ଶ୍ରମିକଙ୍କୁ ଉଦ୍ଧାର ପରେ ଜିଲ୍ଲାରେ ଥିବା ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥିତ କରାଯାଇଥାଏ । ଶିଶୁ ମଙ୍ଗଳ କମିଟି ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ମାନଙ୍କର ପରବର୍ତ୍ତୀ ଥଇଥାନ ନିମେନ୍ତ ପଦକ୍ଷେପ ନେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking