30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବାଂଲାଦେଶ ନେତାଙ୍କୁ ମମତାଙ୍କ କଡା ଜବାବ; ଆମେ ବୋଧେ ‘ଲଲିପପ୍‌’ ଖାଇ ବସିରହିବୁ

ବାଂଲାଦେଶ ନେତାଙ୍କୁ ମମତାଙ୍କ କଡା ଜବାବ; ଆମେ ବୋଧେ ‘ଲଲିପପ୍‌’ ଖାଇ ବସିରହିବୁ

ଢାକା: ବାଂଲାଦେଶ ଓ ଭାରତ ମଧ୍ୟରେ ବିବାଦ, ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ବା ବିଏନ୍‌ପି ପକ୍ଷରୁ ଭାରତ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ନିୟମିତ ଭାବେ ଦିଆଯାଉଛି। ନିକଟରେ ବିଏନପିର ଜଣେ ନେତା ଭାରତକୁ ତୀବ୍ର ସମାଲୋଚନା କରିବା ସହ ବାଂଲାଦେଶ ଖୁବଶୀଘ୍ର ପଡ଼ୋଶୀ ବେଙ୍ଗଲ, ଓଡ଼ିଶା ଓ ବିହାରକୁ ନିଜ ଦଖଲକୁ ନେବ ବୋଲି ଧମକ ଦେଇଛନ୍ତି। ସେହିପରି ବାଂଲାଦେଶର ୨ ଜଣ ବରିଷ୍ଠ ସେନାଧିକାରୀ ମଧ୍ୟ କହିଥିଲେ ଯେ, ବାଂଲାଦେଶ ସେନା ମାତ୍ର କିଛି ଦିନ ମଧ୍ୟରେ ବେଙ୍ଗଲକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଯିବ। ସେହିପରି ଓଡ଼ିଶା ରାଜ୍ୟରେ ମଧ୍ୟ ଏବେ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାଂଲାଦେଶ ସେନା ପଶ୍ଚିମବଙ୍ଗ ପରେ ପରେ ଓଡ଼ିଶା ଏବଂ ବିହାରକୁ ମଧ୍ୟ ନିଜ ଅଧିକାରକୁ ନେଇନେବ।

ତେବେ ବାଂଲାଦେଶ ନେତା ଓ ସେନାଧିକାରୀଙ୍କ ଏପ୍ରକାର ବୟାନ୍ ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୋମବାର ପଶ୍ଚିମବଙ୍ଗ ବିଧାନସଭା ଗୃହରେ ଏହି ପ୍ରସଙ୍ଗକୁ ଉଠାଇ ମମତା କହିଛନ୍ତି ଯେ, ବାଂଲାଦେଶ ଏବେ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାକୁ ଦଖଲ କରିନେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି। ଆମେ ବୋଧେ ଲଲିପପ ଖାଇ ବସିଯିବୁ? ଏପ୍ରକାର ସ୍ୱପ୍ନ ଦେଖୁଥିବା ବାଂଲାଦେଶୀମାନେ ମନେ ରଖିବା ଉଚିତ୍ ଯେ, ଏପ୍ରକାର କଥା ଭୁଲରେ ମଧ୍ୟ ଚିନ୍ତା କରିବା ସେମାନଙ୍କ ପାଇଁ ଜଘନ୍ୟ ଅପରାଧ ସାବ୍ୟସ୍ତ ହେବ। ଏତଦ୍‌ବ୍ୟତୀତ ବାଂଲାଦେଶରୁ ଭାରତ ଏବଂ ଭାରତୀୟ ରାଜ୍ୟ ଉଦ୍ଦେଶ୍ୟରେ ଏପ୍ରକାର ଉତ୍ତେଜନା ସୃଷ୍ଟିକାରୀ ବୟାନ ଆସୁଥିବା ବେଳେ ମମତା ମିଡିଆ ଓ ରାଜନେତାମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଏପରି ଉତ୍ତେଜନା ସୃଷ୍ଟିକାରୀ ବୟାନ ସୀମାନ୍ତ ରାଜ୍ୟର ଶାନ୍ତି ଓ ସ୍ଥିରତା ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ବାଂଲାଦେଶରେ ଦିଆଯାଇଥିବା ବିବୃତ୍ତି ଉପରେ କ୍ରୋଧିତ ନ ହେବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ବାଂଲାଦେଶର ନେତାଙ୍କ ବିବୃତ୍ତିକୁ ପରିହାସ କରି ସୁସ୍ଥ ମନରେ ରହିଲେ ମାନସିକ ଶାନ୍ତି ମିଳିବ ବୋଲି ସେ କହିଛନ୍ତି।

ବିଧାନସଭାରେ ମମତା କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସମସ୍ତେ ଚିନ୍ତିତ। ହିନ୍ଦୁ, ମୁସଲିମ, ଶିଖ କିମ୍ବା ଖ୍ରୀଷ୍ଟିୟାନ ଦଙ୍ଗା ସୃଷ୍ଟି କରନ୍ତି ନାହିଁ। ଅସାମାଜିକ ତତ୍ତ୍ୱମାନେ ହିଁ ଦଙ୍ଗା ଆରମ୍ଭ କରନ୍ତି। ଆମେ ଏମିତି କିଛି ବୟାନ ଦେବା ନାହିଁ, ଯାହା ବେଙ୍ଗଲରେ ଖରାପ ସ୍ଥିତି ସୃଷ୍ଟି କରିବ। ବାଂଲାଦେଶରେ ହେଉଥିବା ଅତ୍ୟାଚାର ବିରୋଧରେ ଉଭୟ ହିନ୍ଦୁ ଓ ମୁସଲିମ ସଂଖ୍ୟାଲଘୁ ଏଠାରେ ବିକ୍ଷୋଭ କରିବା ଆମ ଧର୍ମନିରପେକ୍ଷ ପ୍ରକୃତିକୁ ଦର୍ଶାଉଛି ବୋଲି ମମତା କହିଛନ୍ତି। ବାଂଲାଦେଶ ପ୍ରସଙ୍ଗ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ, ଏହାକୁ କେନ୍ଦ୍ର ସରକାର ଦେଖିନେବେ। ପଶ୍ଚିମବଙ୍ଗ କେନ୍ଦ୍ର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ସର୍ବଦା ଛିଡା ହୋଇ ରହିବ। ସୁତରାଂ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବାର ଅବାଶ୍ୟକତା ନାହିଁ। ତେବେ ବାଂଲାଦେଶର ଅସ୍ଥିରତାକୁ ନେଇ ଯିଏ ଏଠାରେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ମନେ ରଖିବା ଦରକାର ଯେ ଏହା ଆପଣମାନଙ୍କ ରାଜ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇବ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking