18.1 C
Bhubaneswar
Friday, February 13, 2026
Homeଓଡିଶାମାଡ଼ିଗଲା ଟ୍ରକ୍ : ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ

ମାଡ଼ିଗଲା ଟ୍ରକ୍ : ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ

ନୂଆପଡ଼ା : ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଦଲଦଲି ଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ଦୁଇ ଭାଇ ହେତରାମ ଶବର, ଶ୍ୟାମ ଶବର ଓ ସଂପର୍କୀୟ କକାଗୁଡୁ ଧରୁଆ।। ସେମାନଙ୍କ ଘର ହେଲେ କର୍ଲାପଡ଼ା ଗାଁର ହୋଇଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ଏକ ବାଇକ୍ ଯୋଗେ ତିନି ଜଣ ନୂଆପଡାରୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଜାତୀୟ ରାଜପଥ ୩୫୩ର ଦଲଦଲି ଗାଁ ନିକଟରେ ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ୩ଜଣ ତଳେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking