25.1 C
Bhubaneswar
Saturday, February 14, 2026
Homeଓଡିଶାପଦାରେ ପଡିଲା କଂଗ୍ରେସ କନ୍ଦଳ

ପଦାରେ ପଡିଲା କଂଗ୍ରେସ କନ୍ଦଳ

ଭୁବନେଶ୍ୱର : ପଦାରେ ପଡିଲା କଂଗ୍ରେସ କନ୍ଦଳ। ପ୍ରଶ୍ନକାଳରେ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ କଥା କଟାକଟି। କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଏବଂ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଦେଖି ତାରାପ୍ରସାଦ ବାହିନୀପତି ଏବଂ ପବିତ୍ର ସଉଁତା ହସ୍ତକ୍ଷେପ କରିବା ଦେଖିବାକୁ ମିଳିଥିଲା। କିନ୍ତୁ କେଉଁ ପ୍ରସଙ୍ଗ ନେଇ ଉଭୟ ମୁହାମୁହିଁ ହୋଇଥିଲେ ତାହା ଜଣାପଡିନାହିଁ।

ତେବେ କଥା କଟାକଟି ହେବାକୁ ରାଜନ ଏକ୍କା ଅସ୍ୱୀକାର କରିଥିବାବେଳେ ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ଦାଶରଥୀ ଗମାଙ୍ଗ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି। ବିଧାନସଭାରେ ଦଳର ଦୁଇ ବରିଷ୍ଠ ବିଧାୟକ ଏପରି ମୁହାଁମୁହିଁ ହେବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ତାରା। ସେ କହିଛନ୍ତି ଯେ ଦଳରେ ଆଉ ଶୃଙ୍ଖଳା ନାହିଁ। ବରିଷ୍ଠ ବିଧାୟକମାନେ ଏଭଳି ହେଉଛନ୍ତି। ଏଥିରେ ମର୍ମାହତ ହୋଇ ମୁଁ ଆଉ ଅଂଶ ଗ୍ରହଣ ନକରି ଚାଲି ଆସିଲି। ସେପଟେ ଦାଶରଥୀ ଗମାଙ୍ଗ କହିଛନ୍ତି ଯେ, ରାଜନ ଏକ୍କା ମୋତେ ଯାହା କହିଲେ ତାହା ମୋ ମନରେ ଦୁଃଖ ଦେଇଛି। ସେ ଗୃହରେ ମୋତେ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି। ଜଣେ ଉଚ୍ଚଶି‍କ୍ଷିତ ହୋଇ ବିଧାନସଭାରେ ଖରାପ ଭାଷା ବ୍ୟବହାର କରିବା ଉଚିତ କି? ଏହା ଦଳକୁ କ୍ଷତି ପହଞ୍ଚାଇଛି। କଂଗ୍ରେସ ବିଧାୟକ ଦଳ ନେତା ଏନେଇ କଣ ନିଷ୍ପତ୍ତି ନେଉଛନ୍ତି ତାକୁ ଅପେ‍କ୍ଷା କରିଛି ବୋଲି କହିଛନ୍ତି ଦାଶରଥୀ। ଅନ୍ୟପଟେ ରାଜନ ଏକ୍କା ପ୍ରତିକ୍ରିୟାରେ କହିଛନ୍ତି ସେମିତି କିଛି ବିବାଦ ନାହିଁ। ଗୋଟିଏ ପ୍ରସଙ୍ଗରେ ଆମ ଭିତରେ ଆଲୋଚନା ହେଉଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking