31.1 C
Bhubaneswar
Tuesday, February 24, 2026
Homeଅପରାଧପୋଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ: ୩ ଯବାନ ଆହତ

ପୋଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ: ୩ ଯବାନ ଆହତ

ମାଲକାନଗିରି: ଆଜି ସକାଳ ୮ଟେ ବେଳେ ବିଜାପୁର ଜିଲ୍ଲାର ପେମେଡ ଥାନା ଅନ୍ତର୍ଗତ ଜିଡପାଲୀ ଠାରେ ରହିଥିବା ପୁଲିସ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସକାଳୁ ଯବାନ ନିଜର ନିତ୍ୟକର୍ମ ସାରି ସଜବାଜ ହେଉଥିବା ବେଳେ ହଠାତ ଗୁଳି ବର୍ଷଣ ଶୁଣିବା ପରେ ଯବାନ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ପଟରୁ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ କ୍ୟାମ୍ପରେ ହିଁ ପ୍ରାଥମିକ ଚିକିତ୍ସା କରାଯାଇଛି। ସମସ୍ତ ଆହତ ଯବାନ ସୁରକ୍ଷିତ ଥିବା କୁହାଯାଇଛି। ନକ୍ସଲମାନଙ୍କୁ ନିପାତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୨୬ ସୁଦ୍ଧା ନକ୍ସଲମାନଙ୍କୁ ବିନାଶ କରିବା ପାଇଁ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ନକ୍ସଲମାନେ ମଝିରେ ମଝିରେ ବଡ଼ଧରଣର ଅଘଟଣ କରୁଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking