15.1 C
Bhubaneswar
Thursday, December 12, 2024
Homeଓଡିଶାକୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ଖୁବ୍‌ଶୀଘ୍ର ବାହାରିବ ବାଲି: ଏଏସ୍‌ଆଇ ଏଡିଜି

କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ଖୁବ୍‌ଶୀଘ୍ର ବାହାରିବ ବାଲି: ଏଏସ୍‌ଆଇ ଏଡିଜି

କୋଣାର୍କ: ଶନିବାର ପୂର୍ବାହ୍ନରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇର ଏଡିଜିଙ୍କ ସମେତ ୧୫ଜଣିଆ ସ୍ୱତନ୍ତ୍ର ବୈଜ୍ଞାନିକ ଏକ୍ସପୋର୍ଟ ଟିମ୍‌। ଏ ନେଇ ସୂର୍ଯ୍ୟମନ୍ଦିର ପରିସରରେ ଏଏସ୍‌ଆଇର ଅତିରିକ୍ତ ଡିଜି ଜାହ୍ନବୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ ଓ ଅନେକ ବିଶେଷଜ୍ଞଙ୍କ ସହ ସରକାରୀ ଅଧିକାରୀଙ୍କ ସମେତ ଆଇଆଇଟି ଦିଲ୍ଲୀ, ଆଇଆଇଟି ଖଡ଼ଗପୁର, ଆଇଆଇଟି ଚେନ୍ନାଇ ଓ କୋର୍ କମିଟିର ୧୫ଜଣିଆ ବୈଜ୍ଞାନିକ ସଦସ୍ୟଙ୍କ ସମେତ ଷ୍ଟ୍ରକ୍‌ଚରାଲ୍ କଞ୍ଜର୍‌ଭେଟର୍ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ୬ଘଣ୍ଟା ଧରି ବାଲି ଗର୍ଭଗୃହରୁ କଢ଼ାଯିବାକୁ ନେଇ ଟିକିନିଖି ତର୍ଜମା କରିଥିଲେ। ପରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏଡିଜିଙ୍କ ସହିତ ୧୫ ଜଣିଆ ଏକ୍ସପୋର୍ଟ ଟିମ୍ ଜଗମୋହନର ଉପରି ଭାଗକୁ ଯାଇ ଦେଖିଥିଲେ। କିଭଳି ଜଗମୋହନର ସୁରକ୍ଷା ସହିତ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟର କୌଣସି କ୍ଷତି ନହେବ ସେ ନେଇ ବୁଲି ଟିକିନିଖି ଦେଖିଥିଲେ। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରକରିବା ନେଇ ଏଏସ୍‌ଆଇ ଅତିରିକ୍ତ ଆଡ଼ିସିନାଲ ଡାଇରେକ୍ଟର ଜାହ୍ନବୀ ଶର୍ମାଙ୍କୁ ପଚାରିବାରେ ସେ କୁହନ୍ତି ସୂର୍ଯ୍ୟମନ୍ଦିର ସ୍ଥିତି ଠିକ୍ ଅଛି, ସୂର୍ଯ୍ୟମନ୍ଦିରରୁ ବାଲି ବାହାରିବା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଶେଷଜ୍ଞ ଟିମ ସହିତ ଟିକିନିଖି ଆଲୋଚନା ଓ ଅନୁଧ୍ୟାନ ପରେ ପ୍ରତିଟି କ୍ଷେତ୍ରକୁ ସୁରକ୍ଷିତ ରଖାଯିବା ସହ ସୁରକ୍ଷିତ ଭାବେ ଖୁବ୍‌ଶୀଘ୍ର ବାଲି ବାହାରିବା ନେଇ ନିଷ୍ପତ୍ତି ନିଆଯାଇଥିବା କହିଥିଲେ। ସୂଚନାଥାଉ କି କୋଣାର୍କ ସୂର୍ଯ୍ୟମନ୍ଦିରକୁ ଇଂରେଜମାନେ ଉଦ୍ଧାର କରିବା ପରେ ସୂର୍ଯ୍ୟମନ୍ଦିରର ଜଗମୋହନ ମନ୍ଦିରରୁ ପଥର ଗୋଟେ ପରେ ଗୋଟେ ଖସିବାକୁ ନେଇ ଏହାକୁ ସୁରକ୍ଷିତ ରଖିବା ପାଇଁ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ସେମାନେ ଉପାୟ ନପାଇ ୧୯୦୩ ମସିହାରୁ ୧୯୦୯ ମସିହା ମଧ୍ୟରେ ଜଗମୋହନ ମନ୍ଦିରର ଗର୍ଭଗୃହରେ ସମ୍ପୂର୍ଣ୍ଣ ବାଲି ପୁରାଇଦେଇ ଏହାର ସମସ୍ତ ପ୍ରବେଶପଥଗୁଡିକୁ ବନ୍ଦ କରିଦେଇଥିଲେ। ୧୩ଶହ ଶତାବ୍ଦୀର ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦୀର୍ଘ ୧୨୦ବର୍ଷ ପରେ ପୁଣି ଖୋଲାହେବା ପାଇଁ ଐତିହାସିକ ନିଷ୍ପତ୍ତି ଏଏସ୍‌ଆଇ ପକ୍ଷରୁ ନିଆଯାଇ ଗତ ୨୦୨୨ ମସିହା ସେପ୍ଟେମ୍ବର ୮ ତାରିଖରେ ଏଏସ୍‌ଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇ ଗତ ୨୦୨୩ ଜାନୁୟାରୀ ୩ତାରିଖରୁ ବାଲି କଢ଼ା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର କୌଣସି କାରଣକୁ ନେଇ ଏଏସ୍‌ଆଇ ପକ୍ଷରୁ ଏହି ବାଲି କଢ଼ା ପ୍ରସ୍ତୁତି କାର୍ଯ୍ୟ ଦୀର୍ଘ ଦିନ ଧରି ବନ୍ଦ ରଖାଯାଇଥିଲା। ଏଏସ୍‌ଆଇ ପକ୍ଷରୁ ନିଯୁକ୍ତ ଠିକାଦାର ବିଡିଆର୍ ଦ୍ୱାରା ପୁଣି ୫ମାସ ପରେ ପୁନର୍ବାର ଯୋଜନା ମୁତାବକ କ୍ରେନ ସାହାଯ୍ୟରେ ବଡ଼ ବଡ଼ ଲୁହା ବିମ୍ ସବୁ ଲଗାଯାଇ କାର୍ଯ୍ୟ ଆରମ୍ଭ କରାଯାଇ ସୂର୍ଯ୍ୟମନ୍ଦିରର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗାଯାଇଥିଲା। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାର ଗର୍ଭଗୃହରେ ରହିଥିବା ୧୦୩ ବର୍ଷର ଏହି ବାଲିଗୁଡିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯାଇ ପାଦଦେଶରୁ ପାଇପ ସାହାଯ୍ୟରେ ବାଲିଗୁଡିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ଏହାକୁ ସୁରକ୍ଷିତ ଭାବେ ରଖାଯିବ। ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ପ୍ରବେଶ ପାଇଁ ସବୁଦିନ ପାଇଁ ଖୋଲି ଦିଆଯିବ ବୋଲି ଜଣାପଡ଼ିଛି। କୋଣାର୍କ ସୁରକ୍ଷାସମିତିର ପୂର୍ବତନ ସଭାପତି ସ୍ୱର୍ଗତ ବାଦଲ ଦାଶଙ୍କର ଦୀର୍ଘଦିନର ଆନ୍ଦୋଳନ ଗର୍ଭଗୃହରୁ ବାଲି କାଢି ସର୍ବସାଧାରଣ ପାଇଁ ପ୍ରବେଶପଥ ଖୋଲିବା ଓ କଟକର ବରିଷ୍ଠ ଆଇନଜୀବୀଙ୍କର ଏହାକୁ ନେଇ ପିଏଲଆଇ ଦାଖଲ ହୋଇଥିଲା। ପରେ ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକ୍ସକ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନକରି ସମସ୍ତ ତଥ୍ୟ ସଂଗ୍ରହ କରି ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢାଗଲେ କୌଣସି ପ୍ରକାର ବିପଦ ନଥିବା ପରାମର୍ଶ ଦେବା ପରେ ଓ କେନ୍ଦ୍ର ପାର୍ଲିଆମେଣ୍ଟ କମିଟିର ପରାମର୍ଶ କ୍ରମେ ଏଏସ୍‌ଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ଖୋଲାଯିବା ନିମନ୍ତେ ଐତିହାସିକ ନିଷ୍ପତ୍ତି ନିଆଯାଇ ଦୁଇବର୍ଷ ହେବ ବିଭିନ୍ନ ବିଭାଗର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଇଞ୍ଜିନିଅରଙ୍କୁ ନେଇ ସର୍ଭେ କରାଯାଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ଏଏସ୍‌ଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking