17.1 C
Bhubaneswar
Tuesday, December 9, 2025
Homeଓଡିଶାଯୁକ୍ତ ଦୁଇକୁ ଅଲଗାପାଇଁ ୨୦୧୬-୧୭ ବର୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି

ଯୁକ୍ତ ଦୁଇକୁ ଅଲଗାପାଇଁ ୨୦୧୬-୧୭ ବର୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟ ସରକାର ଶିକ୍ଷାବର୍ଷ ୨୦୧୬-୧୭ ଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନକୁ ଆଣିବାପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ୧୯୯ ଟି ହାଇସ୍କୁଳକୁ ଉନ୍ନୀତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଥିବା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ ଏହି ଉନ୍ନୀତ ବିଦ୍ୟାଳୟ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୨୬ଟି ଥିବାବେଳେ ଗଜପତିରେ ୨୩ଟି, ସୁନ୍ଦରଗଡରେ ୧୭ଟି, ବଲାଙ୍ଗିରରେ ୧୬ଟି, କେରାପୁଟରେ ୧୧ଟି ଓ ମାଲକାନଗିରି ଜିଲ୍ଲାରେ ୧୦ଟି ରହିଛି । ସେହିଭଳି ଝାରସୁଗୁଡା ଜିଲ୍ଲାରେ ୫ଟି ବିଦ୍ୟାଳୟ ରହିଛି । ମନ୍ତ୍ରୀ କହିଛନ୍ତି ଯେ ୧୧୦ଟି ବିଦ୍ୟାଳୟକୁ ପ୍ରାଥମିକ ପ୍ରସ୍ତୁତ ଓ କାର୍ଯ୍ୟକ୍ଷମ ବାବଦକୁ ପ୍ରତି ଅନୁଷ୍ଠାନକୁ ଏକ ଲକ୍ଷ ଟଙ୍କା କରି ଯୋଗାଇ ଦିଆଯାଇଛି । ଆସବାବପତ୍ର ନିକଟରେ ୨୬ଟି ବିଦ୍ୟାଳୟକୁ ୨୦୨୩-୨୪ ବର୍ଷରେ ୫୦ଲକ୍ଷ ୯୨ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୧୪ଟି ବିଦ୍ୟାଳୟକୁ ସେହି ବର୍ଷ ୩୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking