32.1 C
Bhubaneswar
Sunday, March 29, 2026
Homeଓଡିଶାସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଉଛି

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଉଛି

ବ୍ରହ୍ମପୁର, : ସ୍ଥାନୀୟ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ

କରାଯାଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ଉଗ୍ର ଟ୍ୟୁମରକୁ ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ ଯାହାର ଚିକିତ୍ସା ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ କରାଯାଏ। ସେହି ଚିକିତ୍ସା ପ୍ରକ୍ରିୟା ଏବେ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି।
ବିଶେଷଜ୍ଞ ଡାକ୍ତର ତଥା ନ୍ୟୁରୋ ସର୍ଜନ୍ ଡାକ୍ତର ପରେଶ ଗୌଡ ଏହି ଅସ୍ତ୍ରୋପଚାର କରୁଥିବା ବେଳେ ଏହି ପଦ୍ଧତି ଦ୍ୱାରା ଅତ୍ୟାଧୁନିକ ସ୍ନାୟୁ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍‌ର ଖ୍ୟାତି ବଢ଼ୁଛି ବୋଲି ସେ କହିଛନ୍ତି।
ଆମେ ଦକ୍ଷିଣ ଓଡ଼ିଶାର ଏହି ହସ୍ପିଟାଲ୍‌ରେ ବିଶ୍ୱସ୍ତରୀୟ ସ୍ନାୟୁ ଶଲ୍ୟ ଚିକିତ୍ସା ପ୍ରଦାନ କରିବା ନେଇ ବଦ୍ଧପରିକର ଥିବା ବେଳେ ଲୋକମାନଙ୍କୁ ଏହା ଦ୍ୱାରା ଆଉ ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।
ଅତ୍ୟାଧୁନିକ ଇମେଜିଂ ସିଷ୍ଟମ୍‌, ଅସ୍ତ୍ରୋପଚାର କକ୍ଷ ଏବଂ ଡାକ୍ତର ଗୌଡ଼ଙ୍କ ନେତୃତ୍ୱରେ ନିପୁଣ ସ୍ନାୟୁଶଲ୍ୟ ଟିମ୍ ମାଧ୍ୟମରେ ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍ ଆଗକୁ ଆହୁରି ଉନ୍ନତି କରିବ ବୋଲି ସେ କହିଛନ୍ତି।
ଏହି ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ସହ ସମ୍ବେଦନଶୀଳ ସେବା ଚିକିତ୍ସା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରୁଛି ବୋଲି ଶ୍ରୀ ଦାଶ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking