18.1 C
Bhubaneswar
Saturday, December 20, 2025
Homeଓଡିଶାପ୍ରୋବା -୩ ମିଶନକୁ ସଫଳତାର ସହ ଲଞ୍ଚ କଲା ଇସ୍ରୋ

ପ୍ରୋବା -୩ ମିଶନକୁ ସଫଳତାର ସହ ଲଞ୍ଚ କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ଆଉ ଏକ ସଫଳତା । ପ୍ରୋବା -୩ ମିଶନକୁ ସଫଳତାର ସହ ଲଞ୍ଚ କଲା ଇସ୍ରୋ । ଆଜି ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ସ୍ପେଶ ଷ୍ଟେସନରୁ ଅପରାହ୍ନ ୪ଟା ୪ ମିନିଟରେ ଲଞ୍ଚ ହୋଇଛି ଏହି ମିଶନ। ପ୍ରୋବା- ୩ ହେଉଛି ୟୁରୋପୀୟ ମହାକାଶ ସଂସ୍ଥା ଇଏସଏର ସୋଲାର ମିଶନ ବା ସୌର ମିଶନ। ଯାହା ସୂର୍ଯ୍ୟଙ୍କ ରହସ୍ୟ ଜାଣିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ। ପୂର୍ବରୁ ଏହି ସିରିଜର ପ୍ରଥମ ସୋଲାର ମିଶନ ୨୦୦୧ରେ ଇସ୍ରୋ ହିଁ ଲଞ୍ଚ କରିଥିଲା। ପ୍ରୋବା-୩ ମିଶନକୁ ପିଏସଏଲଭି -ସି୫୯ ରକେଟ୍ ଯୋଗେ ସଫଳତାର ସହ ଲଞ୍ଚ କରାଯାଇଥିବାବେଳେ ଏହା ନିଜ ସହ ଦୁଇଟି ଉପଗ୍ରହ ମଧ୍ୟ ନେଇଛି, ଯାହା ସୂର୍ଯ୍ୟଙ୍କ କରୋନାର ଅଧ୍ୟୟନ କରିବ। ପୂର୍ବରୁ ଏହି ମିଶନ ବୁଧବାର ଲଞ୍ଚ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତ ଯାନ୍ତ୍ରିକ ତ୍ରୁଟି କାରଣରୁ ଲଞ୍ଚିଂକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଏମିତିରେ ଏହା ଗୁରୁବାର ଲଞ୍ଚ କରାଯାଇଛି।ପ୍ରୋବା-୩ ମିଶନରେ ୟୁରୋପୀୟ ସ୍ପେଶ ଏଜେନ୍ସୀ ଏହାର ଦୁଇଟି ସାଟେଲାଇଟ ପଠାଇଛି, ଯାହାକୁ ଇଟାଲୀ, ସ୍ପେନ, ବେଲଜିୟନ, ସ୍ବିଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶର ସହଭାଗିତାରେ ତିଆରି କରାଯାଇଛି। ଏହି ଦୁଇ ସାଟେଲାଇଟ ପୃଥିବୀ କକ୍ଷରେ ଅବସ୍ଥାପିତ ହେବା ପରେ ପରସ୍ପର ସହ ଯୋଗାଯୋଗ ରଖି କାମ କରିବେ ଏବଂ ସୂର୍ଯ୍ୟଙ୍କ ରହସ୍ୟ ଜାଣିବା ଦିଗରେ କାମ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking