17.1 C
Bhubaneswar
Monday, December 22, 2025
Homeଓଡିଶାଦକ୍ଷିଣ ଓଡିଶାର ବିକାଶ ପାଇଁ ୩୦ ଦିନ ମଧ୍ୟରେ ଟାସ୍କ ଫୋର୍ସ ରିପୋର୍ଟ ଦାଖଲ  

ଦକ୍ଷିଣ ଓଡିଶାର ବିକାଶ ପାଇଁ ୩୦ ଦିନ ମଧ୍ୟରେ ଟାସ୍କ ଫୋର୍ସ ରିପୋର୍ଟ ଦାଖଲ  

ଭୁବନେଶ୍ୱର: ଦକ୍ଷିଣ ଓଡିଶା ବିକାସ ପରିଷଦ ଗଠନ କରିବା ପାଇଁ  ରାଜ୍ୟ ସରକାର  ଏକ ଟାସ୍କ ଫୋର୍ସ  ଗଠନ କରିଛନ୍ତି । ସୋମବାର ଏନେଇ ବିଧାନସଭାରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ସୂଚନା ଦେଇଛନ୍ତି । ଟାସ୍କ ଫୋର୍ସ ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଗୃହରେ କହିଛନ୍ତି ,  ଓଡିଶାର ଦକ୍ଷିଣାଞ୍ଚଳର ବିକାଶ  ସହିତ  ବିକାଶ ପ୍ରକ୍ରିୟାରଏ  ସବୁ ବର୍ଗଙ୍କୁ  ଅନ୍ତର୍ଭୁକ୍ତ  କରିବା ପାଇଁ  ଦକ୍ଷିଣ ଓଡିଶା  ବିକାଶ ପରିଷଦ ଗୁରୁତ୍ୱପୁର୍ଣ ଭୁମିକା ଗ୍ରହଣ କରିବେ । ଏହି ବିକାଶ ପରିଷଦ କିପରି ଗଠିତ ହେବ , ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର‌୍ୟ୍ୟ ପ୍ରଣାଳୀ  କଣ ରହିବ ସେ ସମ୍ପର୍କରେ ସୁଚିନ୍ତିତ  ମତାମତ ଦେବା ପାଇଁ  ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି ।  ଗଠନ ହେବାର ୩୦ ଦିନ ମଧ୍ୟରେ  ଏହି ଟାସ୍କଫୋର୍ସ ରିପୋର୍ଟ ଦାଖଲ କରିବେ ।  ସାମାଜିକ ସୁରକ୍ଷା ଓ  ଭିନ୍ନକ୍ଷମ  ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହ  ମୋଟ ୯ ଜଣ ସଦସ୍ୟ ଅଛନ୍ତି । ନବରଙ୍ଗପୁରର ସାଂସଦ ଶ୍ରୀ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସହ  ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମି, ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, ପଟାଙ୍ଗୀ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ ଏଥିରେ ସଦସ୍ୟ ଅଛନ୍ତି । ଏହାସହିତ ୩ ଜଣ ପୂର୍ବତନ ଅଧିକାରୀ ମେମ୍ବର ମଧ୍ୟ ରହିଛନ୍ତି। ସେମାନେ ହେଲେ ଦକ୍ଷିଣ ଡିଭିଜନର ଆରଡିସି, କେନ୍ଦ୍ର ଡିଭିଜନର ଆରଡିସି ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking