21.1 C
Bhubaneswar
Wednesday, February 4, 2026
Homeଓଡିଶାଅନୁଗୁଳ ହେବ କୋଇଲା ହବ

ଅନୁଗୁଳ ହେବ କୋଇଲା ହବ

ଅନୁଗୁଳ:ତାଳଚେରରୁ ସରି ଆସୁଛି କୋଇଲା। ଏଥିପାଇଁ ଛେଣ୍ଡିପଦା ଉପ‌ରେ ଏବେ ସରକାରଙ୍କ ଆଖି। ଛେଣ୍ଡିପଦା ବ୍ଲକ୍‌ରେ ପ୍ରଚୁର ପରିମାଣର କୋଇଲା ମହଜୁଦ୍ ଥିଲା ବେଳେ ଖୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୫ ବର୍ଷରେ ଅନୁଗୁଳ ଜିଲ୍ଲାର ୧୬ଟି ନୂଆ କୋଲ୍ ବ୍ଲକ୍ ଆବଣ୍ଟନ କରାଯାଇଥିଲା ବେଳେ କେବଳ ଛେଣ୍ଡିପଦା ବ୍ଲକ୍‌ରୁ ୧୩ଟି ରହିଛି। ଆଉ କିଛି କୋଲ୍ ବ୍ଲକ୍ ଆବଣ୍ଟନ କରାଯିବାକୁ ରହିଛି ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଓଡ଼ିଶାରେ ସମୁଦାୟ ୨୩ଟି କୋଲ୍ ବ୍ଲକ୍ ଆବଣ୍ଟନ କରାଯାଇଛି। ଏହି ୫ ବର୍ଷ ଭିତରେ ଆବଣ୍ଟିତ ହୋଇଥିବା କୋଲ୍ ବ୍ଳକ୍ ଭିତରୁ କେବଳ ଉତ୍କଳ-ସି ରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଛି। ଏହାକୁ ପାଇଥିବା ଜେଏସ୍‌ପିଏଲ୍ ୨୦୨୩-୨୪ରୁ ଖଣି ଖନନ ଆରମ୍ଭ କରିଛି। ଆଉ କିଛି ଖଣି ପାଇଁ ପ୍ରକ୍ରିୟା ଚାଲିଛି।ଏପଟେ ନୂଆ ଖଣି ଖନନ ପାଇଁ ସରକାର ହାତ ଖୋଲି ଦେଇଥିବାରୁ ଆଗକୁ ଅନୁଗୁଳ କୋଇଲାର ହବ୍ ହେବାକୁ ଯାଉଛି। ବିଶେଷକରି ଛେଣ୍ଡିପଦା ଅଞ୍ଚଳ କୋଇଲା ଖଣିରେ ଭରିଯିବ। କେବଳ ଛେଣ୍ଡିପଦାରେ ଡଜନେରୁ ଅଧିକ କୋଇଲା ଖଣି ହେବାକୁ ଯାଉଥିଲା ବେଳେ ପରବର୍ତ୍ତୀ ପର‌୍ୟ୍ୟାୟରେ ସରକାର ଆଉ କିଛି କୋଲ୍ ବ୍ଲକ୍ ଆବଣ୍ଟନ କରିବାର ଯୋଜନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking