25.1 C
Bhubaneswar
Tuesday, February 3, 2026
Homeଓଡିଶାଟାଟା ଷ୍ଟିଲ କାରଖାନା ଆଗରେ ଗ୍ରାମବାସୀଙ୍କ ଧାରଣା

ଟାଟା ଷ୍ଟିଲ କାରଖାନା ଆଗରେ ଗ୍ରାମବାସୀଙ୍କ ଧାରଣା

ଭୁବନେଶ୍ୱର: ଗ୍ରାମବାସୀ ଧାରଣା ଦେଇଛନ୍ତି ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ କାରଖାନା ଆଗରେ । ଯୋଡ଼ା ଖଣି ମଣ୍ଡଳର ବିଲେଇପଦାସ୍ଥିତ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ ଲିମିଟେଡର ଠିକା ସଂସ୍ଥା ଲଜିଷ୍ଟିକ୍ ସଲ୍ୟୁସନ୍ ବିରୁଦ୍ଧରେ ବିଭିନ୍ନ ଦାବି ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ କରିଛନ୍ତି। ନିଯୁକ୍ତି ଏବଂ ରେଲୱେ ସାଇଡ଼ିଂର ବିଭିନ୍ନ କାର୍ଯ୍ୟ ଗ୍ରାମ୍ୟ କମିଟି ଦ୍ଵାରା କରାଯିବାକୁ ଦାବି କରି କାଳିଆବେଡ଼ା ଏବଂ ଭାଗଲପୁର ଗାଁର ଲୋକେ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ହେଲା, କମ୍ପାନୀ ଚାଷ ଜମି ଦଖଲ କରି କାରଖାନା ପ୍ରତିଷ୍ଠା କରିବା ହେତୁ ଏଠାକାର ଅଧିକାଂଶ ଆଦିବାସୀ ବେକାରୀ ହୋଇଛନ୍ତି। ତେଣୁ ପ୍ରଭାବିତ ଗ୍ରାମବାସୀ କିପରି ରୋଜଗାରକ୍ଷମ ହୋଇପାରିବେ, ସେଥିପାଇଁ ଠିକା ସଂସ୍ଥା ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକୁ ଗ୍ରାମ୍ୟ କମିଟି ଦ୍ଵାରା କରାଯିବାକୁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking