28.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଭୟାବହ ଅଗ୍ନିକାଣ୍ଡ ; ୬ ମୃତ, ୫୧ ଆହତ

ଭୟାବହ ଅଗ୍ନିକାଣ୍ଡ ; ୬ ମୃତ, ୫୧ ଆହତ

ମୁମ୍ବଇ : ମହାରାଷ୍ଟ୍ରର ଗୋରାଗାଓଁରେ ଏକ ଅଟ୍ଟାଳିକାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହେବା ସହ ୫୧ ଆହତ ହୋଇଛନ୍ତି। ଏହାସହ ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାଟି ଗୋରେଗାଓଁ ପଶ୍ଚିମର ଆଜାଦ ନଗର ଅଞ୍ଚଳରେ ସ୍ଥିତ। ସୂଚନାନୁଯାୟୀ, ଏହି ଅଗ୍ନିକାଣ୍ଡରେ ଅନେକ ଲୋକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଶିଶୁ,୨ ମହିଳା ସମେତ ୬ ଜଣ ରହିଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ,ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତଳ ମହଲାରେ ଥିବା ଦୋକାନ,ଅନ୍ୟ ସାମଗ୍ରୀ, ପାର୍କିଂରେ ଥିବା ଗାଡିରେ ନିଆଁ ଲାଗିଯିବାରୁ ଅନ୍ୟ ମହଲାରେ ନିଆଁ ବ୍ୟାପି ଲୋକେ ଫସି ରହିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking