ଭୁବନେଶ୍ୱର: ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି ଯେ, ଏ ସରକାର ୧୦୦ ଦିନରେ ସବୁ ସମାଧାନ କରିବାକୁ କହିଥିଲେ, କିନ୍ତୁ ୧୫୦ ଦିନ ବିତିଲାଣି । ତେବେ ନୂଆ ସରକାର ଆସିଲେ ଉଦ୍ଧିପନା ରହିବା କଥା । କିନ୍ତୁ ଉଦ୍ଦିପନାରେ ଦାଇତ୍ୱ ଭୁଲି ଯାଉଛନ୍ତି ସରକାର । ଯେଉଁଥିପାଇଁ କ୍ରାଇମ ହେଉଛି । ୧୦୦ ଦିନ ଗଲା ଏବେ ୧୫୦ ଦିନ ପୁରିବ । ସରକାରକୁ ଆସୁ ଆସୁ ଚାରିଦ୍ୱାର ଖୋଲା ହେଲା, ଯାହା ଦ୍ୱାରା ମହିଳା ଅସୁବିଧାରେ ପଡିଲେ, ଦଳାଚକଟା ବଢିଲା । ସେପଟେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଜୁଲାଇରୁ ଅକ୍ଟୋବର ମଧ୍ୟରେ ୧୨୫୦ ବଳାତ୍କାର, ୫୫୬ ହତ୍ୟା ଘଟିଛି । ଚୋରି ଛିନତାଇରେ ଭୁବନେଶ୍ୱର ପ୍ରଥମ ହୋଇଛି । ସେହିପରି ଡକାୟତିରେ ସମ୍ବଲପୁର ପ୍ରଥମ । ଆଉ ଗଞ୍ଜାମ କ୍ରାଇମରେ ସବୁଠୁ ଆଗରେ ରହିଲାଣି ବୋଲି ଅରୁଣ ସାହୁ କହିବା ସହ ମୟୁରଭଞ୍ଜ ସବୁଠୁ ଶାନ୍ତ ଜିଲ୍ଲା ଥିଲା, ହେଲେ ଏବେ ସେଠାରେ ୫୨ ଟି ବଳତ୍କାର କେସ୍ ରୁଜୁ ହେଇଛି । ୧୫୦ ଦିନରେ ସରକାରର ମୂଳଦୁଆ ଦୁର୍ବଳ ହୋଇଛି । ଏ ସରକାର କାହା ରିମୋଟରେ ଚାଲିଛି, ଦିଲ୍ଲୀ, ପାର୍ଟି ନା ଆରଏସଏସ ରିମୋଟରେ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।