17.1 C
Bhubaneswar
Friday, February 13, 2026
Homeଓଡିଶାକାଲି  ଓଡିଶା ଆସୁଛନ୍ତି ମୋଦୀ: ରାଜଧାନୀର ଏଣ୍ଟ୍ରି ପଏଣ୍ଟରେ ଚେକିଂ କଡାକଡି

କାଲି  ଓଡିଶା ଆସୁଛନ୍ତି ମୋଦୀ: ରାଜଧାନୀର ଏଣ୍ଟ୍ରି ପଏଣ୍ଟରେ ଚେକିଂ କଡାକଡି

ଭୁବନେଶ୍ୱର :ଆସନ୍ତାକାଲି  ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେସନ ସେଣ୍ଟରରେ  ଡିଜିପି ସମ୍ମିଳନୀ  ଉନୁଷ୍ଠିତ ହେବ । ଏହା ଡିସେମ୍ବର ୧ପୟନ୍ତ ଚାଲିବ ।  ଏହି ସମ୍ମିଳନୀରେ ଯୋଗ ଦେବାକୁ  ଆସନ୍ତାକାଲିଠାରୁ  ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହ ବି ଓଡିଶା ଆସୁଛନ୍ତି ।  ଆସନ୍ତାକାଲି ଅପରାହ୍ନ ୪ଟା ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ତା’ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରି କଡ଼ା ଯାଞ୍ଚ କରୁଛନ୍ତି ପୁଲିସ ଓ ବିଏସଏଫ । ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାହାରକୁ ଯାଉଥିବା ସମସ୍ତ ଗାଡ଼ିର ତନଖି କରାଯାଉଛି । ପିଏମଙ୍କ ଗସ୍ତ ପାଇଁ ରାତିସାରା ଭୁବନେଶ୍ବରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ କଡ଼ା ଚେକିଂ କରାଯାଇଛି । ଡିଜିପି ସମ୍ମିଳନୀ ପାଇଁ ସଜେଇ ହୋଇଛି ଭୁବନେଶ୍ୱର। ରାଜ୍ୟ ଅତିଥି ଭବନଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ସାଜସଜ୍ଜା ଚାଲିଛି। ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ରାଜଧାନୀ। ସବୁଠି ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ସମ୍ମିଳନୀ ହେବାକୁ ଥିବା ଲୋକସେବା ଭବନ କନଭେନସନ୍ ସେଣ୍ଟର ଏବଂ ଷ୍ଟେଟ୍ ଗେଷ୍ଟ ହାଉସରେ ପ୍ରସ୍ତୁତି କିଭଳି ହୋଇଛି ଏବଂ କେଉଁ ପର‌୍ୟ୍ୟାୟରେ ପହଞ୍ଚିଛି ସେନେଇ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking