ଭୁବନେଶ୍ୱର : ୨୦୨୫ ସୁଦ୍ଧା ରାଜ୍ୟର ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି ଲାଗୁ ଯୋଜନା ହେବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ଟାସ୍କଫୋର୍ସ କମିଟି ଗଠନ ହୋଇଛି । ୬ଟି ସବ କମିଟି ଗଠନ ହୋଇଛି । ସବ କମିଟି ପରାମର୍ଶ ଦେବେ । ସ୍କୁଲରେ ଥିବା ଶିକ୍ଷକ ଅଭାବକୁ ପୂରଣ କରିବାକୁ ବ୍ୟବସ୍ଥା କରୁଛୁ କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।