19.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଟ୍ରମ୍ଫଙ୍କ ଶାସନର ପ୍ରଥମ ଦିନରୁ ଆରମ୍ଭ ହେବ ଏହି ୩ ଦେଶର ଶନି ଦଶା

ଟ୍ରମ୍ଫଙ୍କ ଶାସନର ପ୍ରଥମ ଦିନରୁ ଆରମ୍ଭ ହେବ ଏହି ୩ ଦେଶର ଶନି ଦଶା

ୱାଶିଂଟନ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ମାତ୍ର ମାସେ ପରେ ଅର୍ଥାତ୍ ଜାନୁୟାରୀରେ ଶପଥ ନେବେ । ଯାହା ପୂର୍ବରୁ ସେ ନିଜର ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର ଦାୟିତ୍ୱ ନେବା ପରେ ତୁରନ୍ତ ୩ଟି ଦେଶ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବେ । ଏହି ତିନୋଟି ଦେଶ ହେଉଛି ଚୀନ୍‌, ମେକ୍ସିକୋ ଏବଂ କାନାଡ଼ା । ଏହି ତିନୋଟି ଦେଶର ନୀତିରେ ପରିବର୍ତ୍ତନ ଆଣିବା ପାଇଁ ଏହି ପଦକ୍ଷେପ ନିଆଯିବ । ଟ୍ରମ୍ପ କହିଛନ୍ତି ଯେ, କାନାଡ଼ା ଓ ମେକ୍ସିକୋରୁ ଆମେରିକା ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଏହି ଦେଶରୁ ବହୁ ସଂଖ୍ୟକ ଅବୈଧ ପ୍ରବାସୀ ଆମେରୀକୀୟ ସୀମାରେ ପ୍ରବେଶ କରୁଛନ୍ତି ।

କେବଳ ଏତିକି ନୁହେଁ, ଏହି ଦେଶକୁ ବିପୁଳ ପରିମାଣରେ ଔଷଧ ଆମେରିକାରୁ ରପ୍ତାନୀ ହେଉଛି । ଏହି ଦେଶର ସାମଗ୍ରୀ ସମେତ ଚାଇନାର ଉତ୍ପାଦ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରାଯିବ । ମେକ୍ସିକୋ ଏବଂ କାନାଡା ସୀମାରୁ ହଜାର ହଜାର ସଂଖ୍ୟକ ଲୋକ ଆମେରିକାରେ ପ୍ରବେଶ କରୁଥିବା ଟ୍ରମ୍ଫ କହିଛନ୍ତି । ଆମେରିକାରେ ବର୍ତ୍ତମାନ ଅପରାଧର ସ୍ତର ଉଚ୍ଚରେ ରହିଛି । ଏହି ସମୟରେ ମେକ୍ସିକୋରୁ ବହୁ ସଂଖ୍ୟକ ଅବୈଧ ପ୍ରବାସୀମାନେ ଆମେରିକାରେ ପ୍ରବେଶ କରୁଛନ୍ତି । ଜାନୁଆରୀ ୨୦ରେ ଶପଥ ନେବା ପରେ ଟ୍ରମ୍ଫଙ୍କ ପ୍ରଥମ ଆଦେଶ ରହିବ ଯେ ମେକ୍ସିକୋ ଏବଂ କାନାଡ଼ିରୁ ଆମେରିକାରେ ଆମଦାନୀ ହେଉଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ।

ଏହି ନିଷ୍ପତ୍ତି ଏଭଳି ସମୟରେ ଲାଗୁ ହେବ ଯେତେବେଳେ ଡ୍ରଗ୍ସ, ଯେପରିକି ଫେଣ୍ଟାନିଲ୍ ସମସ୍ତ ଅବୈଧ ସାମଗ୍ରୀକୁ ଆମେରିକାକୁ ଅଣାଯାଉଥିବ । ଟ୍ରମ୍ପ କହିଛନ୍ତି ଯେ, ଚୀନ୍‌ରୁ ଆମେରିକା ବିପୁଳ ପରିମାଣର ଔଷଧ ବିଶେଷ କରି ପେଣ୍ଟାଫିଲ୍‌କୁ ନେଇ ସେ ଚୀନ୍ ପ୍ରଶାସନ ସହ କଥା ହୋଇଥିଲେ । କିନ୍ତୁ, କୌଣସି ସୁଫଳ ମିଳିନଥିଲା । ଚୀନ୍‌ର ପ୍ରତିନିଧୀମାନେ ତାଙ୍କୁ କହିଥିଲେ ଯେ, ଯଦି ଡ୍ରଗ୍ ଡିଲରମାନେ ଧରାପଡ଼ନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । କିନ୍ତୁ ଦୁର୍ଭାଗ୍ୟବଶତଃ ଚୀନ୍ ପ୍ରତିନିଧୀମାନେ ନିଜ କଥା ରଖିନଥିଲେ ଏଥିସହିତ ଚାଇନାରୁ ଆମେରିକାକୁ ଡ୍ରଗ୍ ପଠାଇବା ଜାରି ରଖିଥିଲେ । ଏହି ଔଷଧଗୁଡ଼ିକ ମୁଖ୍ୟତଃ ମେକ୍ସିକୋ ଜରିଆରେ ଆମେରିକାକୁ ପଠାଯାଉଛି । କହିରଖୁ କି, ଟ୍ରମ୍ଫଙ୍କର ଏହି ନିଷ୍ପତ୍ତି ପରେ ଉତ୍ତର ଆମେରିକାରେ ରପ୍ତାନୀ ପ୍ରଭାବିତ ହୋଇପାରେ । ଏପରିକି ବ୍ୟବୟା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking