ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମନ୍ଦିର ଦଇତାପତିଙ୍କୁ କ୍ଷତିପୂରଣ ବାବଦକୁ ୧୨ କୋଟି । ଶ୍ରଦ୍ଧାଳୁମାନେ ରଥରେ ଚଢି ନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ପାରିଶ୍ରମିକ ପାଇଁ ୫ କୋଟି । ଶ୍ରୀମନ୍ଦିର ପରିକ୍ରମାର ବିଶୃତ ସୁବିଧା ବିକାଶ ପାଇଁ ୨୬ କୋଟି ।