ନୂଆଦିଲ୍ଲୀ : ସୁପ୍ରିମ କୋର୍ଟରେ ପହଞ୍ଚିଲା ଆଦାନୀ ଲାଞ୍ଚ । ଶିଳ୍ପପତି ଗୌତମ ଆଦାନୀଙ୍କ ଲାଞ୍ଚ ମାମଲା । ସଂସଦରେ ବିରୋଧା ହଙ୍ଗାମା କରିବା ପରେ ଏବେ ସୁପ୍ରିମ କୋର୍ଟରେ ମଧ୍ୟ ପହଞ୍ଚିଛି ଗ୍ରୁପ ନାଁରେ ମାମଲା । ଆବେଦନକାରୀ ଓକିଲ ବିଶାଲ ତିୱାରୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆମେରିକାର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ଥ ହୋଇଥିବା ଗୌତମ ଆଦାନୀ ଓ ଅନ୍ୟ ୭ ଜଣ ସହଯୋଗୀଙ୍କୁ ବିରୋଧରେ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ସେପଟେ ଆଦାନୀ ଗ୍ରୁପର ଆର୍ଥିକ କାରବାର ନେଇ ସେବିର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ ଓକିଲ । ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲୋକସଭା ୨୭ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା । ଏପଟେ ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।