23.1 C
Bhubaneswar
Sunday, December 21, 2025
Homeଓଡିଶାଚାପିଲା ଖଣି ଗ୍ରେଡର୍: ଶ୍ରମିକ ମୃତ

ଚାପିଲା ଖଣି ଗ୍ରେଡର୍: ଶ୍ରମିକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅର୍ନ୍ତଗତ ପଟବେଡା ରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଖଣିରେ କାର୍ଯ୍ୟରତ ବଡବିଲ ଥାନା ବଲାଣି ଅଞ୍ଚଳର ରଘୁନାଥ ଦାସ ଖଣିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଗ୍ରେଡ଼ର ତାଙ୍କୁ ଚାପି ଦେଇଥିଲା। ଏହାଫଳରେ ରଘୁନାଥ ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପଟବେଡାଠାରେ ବିଭିନ୍ନ ଖଣି ପରିବହନ ଗାଡ଼ି ବେଆଇନ୍ ପାର୍କିଂ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking