19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ସରକାର; ଝାଡଖଣ୍ଡରେ ଜେଏମ୍‌ଏମ୍ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ସରକାର; ଝାଡଖଣ୍ଡରେ ଜେଏମ୍‌ଏମ୍ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: କେତେକ ରାଜ୍ୟର ବିଧାନସଭା ତଥା ଲୋକସଭା ଆସନରେ ଅନୁଷ୍ଠିତ ହୋଇଯାଇଥିବା ଉପନିର୍ବାଚନ ଫଳାଫଳ ସହ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଫଳାଫଳ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ଏକ ଐତିହାସିକ ବିଜୟ ହାସଲ କରିଛି। ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଏନ୍‌ଡିଏ ମେଣ୍ଟ (ମହାୟୁତି ମେଣ୍ଟ-ବିଜେପି, ଏନ୍‌ସିପି (ଅଜିତ୍ ପୱାର ଗୋଷ୍ଠୀ)-ଶିବସେନା (ଶିନ୍ଦେ ଗୋଷ୍ଠୀ)କୁ ମିଳିତ ଭାବେ ୨୩୫ ଆସନ ମିଳିଛି। ଯେତେବେଳେ କି ଏକାକି ବିଜେପିକୁ ଏଠାରେ ୧୩୨ ଆସନ ମିଳିଛି। ସେହିପରି ସହଯୋଗୀ ଦଳ ଶିବସେନା (ଶିନ୍ଦେ ଗୋଷ୍ଠୀ)କୁ ୫୭ ଆସନ ଏବଂ ଏନ୍‌ସିପି (ଅଜିତ୍ ପୱାର ଗୋଷ୍ଠୀ)କୁ ୪୧ ଆସନ ମିଳିଛି।

ସେହିପରି ବିଜେପିର ଅନ୍ୟ ଛୋଟମୋଟ ସହଯୋଗୀ ଦଳଙ୍କ ଖାତାକୁ ୫ଟି ଆସନ ଯାଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ଅର୍ଥାତ୍ ମହାବିକାଶ ଅଘାଡି (ଏମ୍‌ଭିଏ- କଂଗ୍ରେସ- ଶିବସେନା (ଉଦ୍ଧବ ଠାକ୍‌ରେ ଗୋଷ୍ଠୀ) ଏବଂ ଏନ୍‌ସିପି( ଶରଦ ପୱାର ଗୋଷ୍ଠୀ) ମେଣ୍ଟକୁ ମିଳିତ ଭାବେ ମାତ୍ର ୪୯ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଉଦ୍ଧବ ଗୋଷ୍ଠୀ ଶିବସେନା ଏଥର ମୋଟ୍ ୯୫ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୨୦ଟି ଆସନ ଜିତିପାରିଛି। ସେହିପରି କଂଗ୍ରେସ ୧୦୧ ଆସନରେ ପ୍ରାର୍ଥୀ ଦେଇଥିଲା କିନ୍ତୁ ମାତ୍ର ୧୬ଟି ଆସନରେ ଦଳକୁ ସନ୍ତୁଷ୍ଟ ରହିବାକୁ ପଡିଛି। ସେହିପରି ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ୮୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୦ଟିରେ ବିଜୟ ଲାଭ କରିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଇଣ୍ଡିଆ ମେଣ୍ଟ ଅଧୀନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ଏଠାରେ ୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨ଟି ଯାକ ଆସନରେ ବିଜୟୀ ହୋଇଛି। ସେହିପରି ଅନ୍ୟ କେତେକ ସହଯୋଗୀ ଦଳ ତଥା ସମର୍ôଥତ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଏମ୍‌ଭିଏ ମେଣ୍ଟ ମାତ୍ର ୪୯ଟି ଆସନକୁ ହିଁ ଅକ୍ତିଆର କରିପାରିଛି।

ମହାରାଷ୍ଟ୍ର (୨୮୮/୨୮୮)
– ଏନ୍‌ଡିଏ: ୨୩୫
ବିଜେପି: ୧୩୨
ଶିବସେନା (ଶିନ୍ଦେ ଗୋଷ୍ଠୀ): ୫୭
ଏନ୍‌ସିପି (ଅଜିତ୍ ପୱାର ଗୋଷ୍ଠୀ): ୪୧
ଅନ୍ୟାନ୍ୟ ସହଯୋଗୀ ଦଳ: ୫
ଏମ୍‌ଭିଏ: ୪୯
ଶିବସେନା (ଉଦ୍ଧବ ଗୋଷ୍ଠୀ): ୨୦
ଏନ୍‌ସିପି (ଶରଦ ପୱାର ଗୋଷ୍ଠୀ): ୧୦
କଂଗ୍ରେସ: ୧୬
ଅନ୍ୟାନ୍ୟ ସହଯୋଗୀ ଦଳ: ୩
ଅନ୍ୟ: ୪

ଗତ ୫୦ ବର୍ଷ ମଧ୍ୟରେ ଏହା ସମସ୍ତ ବିରୋଧୀ ଦଳଙ୍କ ପାଇଁ ଦଳଗତ ସବୁଠୁ ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି।୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମ୍‌ଭିଏ ମେଣ୍ଟ ମୋଟ୍ ୭୨ଟି ଆସନ ଜିତିବାରେ ସମର୍ଥ ହୋଇଥିଲା। କିନ୍ତୁ ୨୦୨୪ ଅର୍ଥାତ୍ ଚଳିତ ବିଧାନସଭା ନିର୍ବାଚନରେ ଏହି ସଂଖ୍ୟା ୪୯କୁ ହ୍ରାସ ପାଇଛି। ଏହାକୁ ନେଇ ବିରୋଧୀ ଦଳ ଇଭିଏମ୍‌କୁ ଦୋଷାରୋପ କରିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷେ ୨୦୧୯ରେ ଏନ୍‌ଡିଏ ମେଣ୍ଟକୁ ମହାରାଷ୍ଟ୍ରରେ ମୋଟ୍ ୧୮୭ ଆସନ ମିଳିଥିବା ବେଳେ ଏଥର କିନ୍ତୁ ୪୮ଟି ଆସନ ଅଧିକ ଅର୍ଥାତ୍ ୨୩୫ ଆସନ ମିଳିଛି। ଦଳଗତ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଦଳର ସମସ୍ତ ବରିଷ୍ଠ ନେତା ଏବଂ ତୃଣମୂଳ କର୍ମୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇପଡିଛନ୍ତି। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ମୋଦୀ ଦଳୀୟ କର୍ମୀ ଏବଂ ବିଜୟୀ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷେ ଝାଡଖଣ୍ଡରେ କିନ୍ତୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟକୁ ପରାଜୟ ସ୍ୱୀକାର କରିବାକୁ ପଡିଛି। ଏନ୍‌ଡିଏ ମେଣ୍ଟ ଏଠାରେ ମାତ୍ର ୨୪ଟି ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି। ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଏବଂ କଂଗ୍ରେସ ମେଣ୍ଟ ଏଠାରେ ବିପୁଳ ଜନାଦେଶ ହାସଲ କରିବାରେ ସମର୍ଥ ହୋଇଛନ୍ତି। ଝାଡଖଣ୍ଡବାସୀ ପୁଣିଥରେ ରାଜ୍ୟରେ ଜେଏମ୍‌ଏମ୍ ନେତୃତ୍ୱାଧୀନ ମେଣ୍ଟକୁ ସରକାର ଗଢ଼ିବାକୁ ସୁଯୋଗ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ୮୧ ବିଧାନସଭା ଆସନ ବିଶିଷ୍ଟ ଝାଡଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟ ଏଠାରେ ୫୬ ଆସନ ହାତେଇବାରେ ସଫଳ ହୋଇଛି। ୨୦୧୯ ବିଧାନସଭା ନିର୍ବାଚନରେ ଏହି ମେଣ୍ଟ ମୋଟ୍ ୪୮ ଆସନ ଜିତିପାରିଥିଲା। ଅର୍ଥାତ୍ ଚଳିତ ନିର୍ବାଚନରେ ମେଣ୍ଟ ଅଧିକ ୮ଟି ଆସନ ଜିତିବାରେ ସଫଳ ହୋଇଛି। ଏଥିମଧ୍ୟରେ ଏକାକୀ ହେମନ୍ତ ସୋରେନ୍‌ଙ୍କ ନେତୃ୍‌ତ୍ୱାଧୀନ ଜେଏମ୍‌ଏମ୍ ୪୩ଟି ଆସନରେ ପ୍ରର୍ଥୀ ଦେଇଥିବା ବେଳେ ୩୪ଟି ଆସନରେ ବିଜୟୀ ହୋଇଛି। ସେହିପରି କଂଗେ ୩୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୬ଟି ଆସନରେ ଜିତିବାରେ ସମର୍ଥ ହୋଇଛି। ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଆରଜେଡି ଏଠାରେ ୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ୪ଟିରେ ବିଜୟୀ ହୋଇଛି।ସେହିପରି ଅନ୍ୟ ସହଯୋଗୀ ଦଳଗୁଡ଼ିକଙ୍କ ଖାତାକୁ ୨ଟି ଆସନ ଯାଇଛି।

ଝାଡଖଣ୍ଡ (୮୧/୮୧)
ଇଣ୍ଡିଆ ମେଣ୍ଟ: ୫୬
ଜେଏମ୍‌ଏମ୍‌: ୩୪
କଂଗ୍ରେସ: ୧୬
ଆରଜେଡି: ୪
ସିପିଆଇଏମ୍‌ଏଲ୍‌: ୨
ଏନ୍‌ଡିଏ: ୨୪
ବିଜେପି : ୨୧
ଏଜେଏସ୍‌ୟୁ: ୧
ଜେଡିୟୁ: ୧
ଏଲ୍‌ଜେପିଆର୍‌ଭି: ୧
ଅନ୍ୟ: ୧

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking