ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି। ତେବେ ଶୁକ୍ରବାର ଘନ କୁହୁଡ଼ି ନେଇ ଏସଆରସି ସତର୍କ କରାଇଛନ୍ତି। ୩ ଜିଲା ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ପଡିବା ନେଇ ଆଲର୍ଟ କରାଯାଇଛି। ଆଜି ରାତି, କାଲି ସକାଳ ଓ ରାତିରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଘନ କୁହୁଡ଼ିଜନିତ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି।