19.1 C
Bhubaneswar
Friday, November 22, 2024
Homeଓଡିଶାକେମିତି ହେବ ଭଲ ନିଦ ?

କେମିତି ହେବ ଭଲ ନିଦ ?

ଭୁବନେଶ୍ୱର: ଆଜିର ବ୍ୟସ୍ତବହୁଳ ଓ ଇଣ୍ଟରନେଟ୍ ଯୁଗରେ ଭଲ ନିଦ ହେବା ଓ ଶାନ୍ତିର ଶୋଇବା ମଧ୍ୟ ଏକ ସମସ୍ୟା ପାଲଟିଗଲାଣି । ହେଲେ କ’ଣ କଲେ, କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କୁ ଭଲ ନିଦ ହେବ, ସେଥିପ୍ରତି ଧ୍ୟାନ ଦେବା ଦରକାର । ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ, ବିଳମ୍ବିତ ରାତି ଯାଏଁ ଚେଇଁ ନରହିବା ଏବଂ ଅନ୍ୟ କିଛି ବିଷୟ ପ୍ରତି ଦୃଷ୍ଟି ଦେଲେ ଭଲ ନିଦ ହେବ । ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବାକୁ ପଡ଼ିବ । ୧୦ରୁ ୧୧ଟା ଭିତରେ ଶୋଇଲେ ସକାଳ ୬ଟା ୭ଟା ଭିତରେ ଉଠିବେ । ଫଳରେ ନିଦ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। ଆପଣ ୬ରୁ ୭ ଘଣ୍ଟା ଶୋଇପାରିବେ। ରାତି ୧୦ଟା ପରେ ମୋବାଇଲ ବା ଇଣ୍ଟରନେଟର ଅଧିକ ବ୍ୟବହାର କରନ୍ତୁ ନାହିଁ । କାରଣ ମୋବାଇଲ ଚଳାଇବା ଦ୍ୱାରା ବ୍ରେନ ଆକ୍ଟିଭ ରହିଥାଏ, ଯାହା ନିଦ ହେବାରେ ବ୍ୟାଘାତ ସୃଷ୍ଟି କରେ । ବରଂ ଆପଣ ଭଲ ବହିଟିଏ ପଢ଼ନ୍ତୁ, କିମ୍ବା ମନପସନ୍ଦର ଗୀତ ଶୁଣନ୍ତୁ । ସଂଧ୍ୟା ସମୟରେ ବେଶୀ ଚା’ କି କଫି ପିଅନ୍ତୁ ନାହିଁ ।ଦିନରେ ୩୦ରୁ ୪୫ ମିନିଟ୍ ଶାରୀରିକ ବ୍ୟାୟାମ ଓ ଧ୍ୟାନ କରନ୍ତୁ । ବିଳମ୍ବିତ ରାତି ଯାଏଁ ଟିଭି ଦେଖନ୍ତୁ ନାହିଁ । ରାତିରେ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ । ଯଦି ନିଦ ହେଉ ନାହିଁ, ମନ ଇଚ୍ଛା ମେଡିସିନ କିଣି ଖାଆନ୍ତୁ ନାହିଁ ।ବରଂ ଡାକ୍ତରଙ୍କ ସହ ପରାମର୍ଶ ପରେ ହିଁ କୌଣସି ମେଡିସିନ ଖାଆନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking