24.1 C
Bhubaneswar
Saturday, March 28, 2026
Homeଓଡିଶାଆଜିଠୁ ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ -୨୦୨୪’

ଆଜିଠୁ ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ -୨୦୨୪’

ଭୁବନେଶ୍ୱର: ରାଷ୍ଟ୍ରୀୟ ରାଜଧାନୀରେ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଓଡ଼ିଶା ପର୍ବ। ଏହି ବର୍ଣ୍ଣାଢ୍ୟ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ଓଡ଼ିଶାର ପ୍ରତିଭାବାନ କଳାକାର, ଲେଖକ ଓ ବୁଦ୍ଧିଜୀବୀ ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖଲସିବ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରା ଓ କୀର୍ତ୍ତିରାଜିର ଇତିହାସ। ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ପ୍ରତିବର୍ଷ ଦିଲ୍ଲୀରେ ଜାତୀୟ ମଞ୍ଚରେ ‘ଓଡ଼ିଶା ପର୍ବ’ର ଆୟୋଜନ କରାଯାଉଛି। ବର୍ତ୍ତମାନର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲନରେ ଅନୁଷ୍ଠିତ ହୋଇଥିଲା ଏବଂ ୨୦୧୯ ପର୍ଯ୍ୟନ୍ତ ଏହି ପର୍ବ ଏଠାରେ ପାଳିତ ହୋଇ ଆସୁଛି । ଦିଲ୍ଲୀରେ ଏହି ପର୍ବର ଅଭୁତପୂର୍ବ ସଫଳତା ପରେ ୨୦୧୮ରେ ଗୁଜରାଟର ସୁରଟରେ ଓଡ଼ିଶା ପର୍ବ ପାଳିତ ହୋଇଥିଲା। କୋଭିଡ୍ ମହାମାରୀ କାରଣରୁ ୨୦୨୦ରେ ଓଡ଼ିଶା ପର୍ବ ବାତିଲ ହୋଇଥିଲା ବେଳେ ୨୦୨୧ ଓ ୨୦୨୨ରେ ଭର୍ଚୁଆଲ୍ ସେଲିବ୍ରେସନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ପ୍ରସାରିତ ହୋଇଥିଲା । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଓଡ଼ିଶା ପର୍ବରେ ଓମାବନ, ୟୁଏଇ, ବ୍ରିଟେନ୍‌, ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ, ତାଞ୍ଜାନିଆ ସମେତ ବାହାର ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଓ ଅଣ ଓଡ଼ିଆଲୋକମାନେ ସାମିଲ ହୋଇଥିଲେ। କରୋନା ପରବର୍ତ୍ତୀ ସମୟରେ ୨୦୨୩ ମାର୍ଚ୍ଚରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ ପଡ଼ିଆରେ ଓଡ଼ିଶା ପର୍ବ- ୨୦୨୩ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଐତିହ୍ୟ, ବୌଦ୍ଧିକ ପରମ୍ପରା ଏବଂ “୨୦୩୬ରେ ଓଡ଼ିଶା”ର ମହାନ ପରିକଳ୍ପନାକୁ ସଫଳତାର ସହ ପ୍ରଦର୍ଶିତ କରାଯାଇଥିଲା ଯାହାକୁ ସବୁ ବର୍ଗର ଲୋକଙ୍କ ଦ୍ୱାରା ଖୁବ୍ ପ୍ରଶଂସା କରାଯାଇଥିଲା । ଓଡ଼ିଶାର ଯୁବପିଢ଼ିଙ୍କ ମନରେ ସେହି ଦୃଷ୍ଟିକୋଣକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡ଼ିଆ ସମାଜ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ସେମାନେ ଓଡ଼ିଶା ଗଠନର ଶତବାର୍ଷିକୀ- ୨୦୩୬ମସିହାରେ ଓଡ଼ିଶା ପ୍ରତି ନିଜର ଦୃଷ୍ଟିକୋଣକୁ ଉପସ୍ଥାପନ କରିଥିଲେ । ଏହି ଉଲ୍ଲେଖନୀୟ ଦୂରଦୃଷ୍ଟି ପାଇଁ ଦିଲ୍ଲୀରେ ଓଡ଼ିଶା ପର୍ବ ମଞ୍ଚରେ ଓଡ଼ିଶାର ମନୋନୀତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ପର୍ବ- ୨୦୨୩ରେ ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶା କନ୍ କ୍ଲେଭ୍ । ଏହି ତିନି ଦିନିଆ ଜାତୀୟ ସମ୍ମିଳନୀର ପ୍ରଥମ ସଂସ୍କରଣ ତିନୋଟି ମୁଖ୍ୟ ବିଷୟବସ୍ତୁ ସହିତ ଆୟୋଜନ କରାଯାଇଥିଲା। ଓଡ଼ିଶା ଅସ୍ମିତା, ଓଡ଼ିଶା ସ୍ୱାଭିମାନ, ଆତ୍ମନିର୍ଭର ଓଡ଼ିଶା ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ସମ୍ମିଳନୀର ପ୍ରତ୍ୟେକ ଅଧିବେଶନରେ ବିଶ୍ୱର ପ୍ରସିଦ୍ଧ ଓଡ଼ିଆ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking