24.1 C
Bhubaneswar
Monday, February 9, 2026
Homeଓଡିଶାରେଲୱେ ଟ୍ରାକ୍‌ରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ରେଲୱେ ଟ୍ରାକ୍‌ରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ରେଲୱେ ଟ୍ରାକ୍‌ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଆଜି ସକାଳେ ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟସ୍ଥ ଭୂଇପାଟନି ଗାଁ ନିକଟରେ ଯାଇଥିବା ରେଲୱେ ଟ୍ରାକ୍‌ରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଟ୍ରାକ୍‌ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇ ପୁଲିସ୍‌କୁ ସୂଚନା ଦେଇଥିଲେ। ଲକ୍ଷ୍ମୀପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଥମେ ମୃତକଦ୍ୱୟଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ବୋଲି ସୂଚନା ମିଳିଛି। ମୃତ ପତିପତ୍ନୀ ବୁର୍ଜା ଗାଁର ବୁରୁସ୍ ଖୁରା ୫୮ଏବଂ ସ୍ତ୍ରୀ ଯମୁନା ଖୁରା ୫୪ ବୋଲି ଜଣାପଡ଼ିଛି । ଉଭୟଙ୍କର ୨ ଟି ପୁଅ ଗୋଟିଏ ଝିଅ ରହିଛନ୍ତି ।ତେବେ କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିବା ବେଳେ ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking