21.1 C
Bhubaneswar
Monday, December 22, 2025
Homeଦେଶ ବିଦେଶସ୍ୱର୍ଣ୍ଣ ମନ୍ଦିରରେ ରାହୁଲ; ଭିଆଇପି ଟ୍ରିଟ୍‌ମେଣ୍ଟ ମିଳିବାକୁ ନେଇ ପ୍ରଶ୍ନ

ସ୍ୱର୍ଣ୍ଣ ମନ୍ଦିରରେ ରାହୁଲ; ଭିଆଇପି ଟ୍ରିଟ୍‌ମେଣ୍ଟ ମିଳିବାକୁ ନେଇ ପ୍ରଶ୍ନ

ଅମୃତସର: ମହାରାଷ୍ଟ୍ର ନିର୍ବାଚନର ଦିନକ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅକସ୍ମାତ୍ ପଞ୍ଜାବର ସ୍ୱର୍ଣ୍ଣମନ୍ଦିର ଗସ୍ତ କରିଛନ୍ତି। ଏଠାରେ ରାହୁଲ ପହଞ୍ôଚବା ପରେ ସ୍ୱର୍ଣ୍ଣ ମନ୍ଦିରରେ ପୂଜାପାଠ କରିଥିଲେ ଏବଂ ସେଠାରେ ଆୟୋଜିତ ଧାର୍ମିକ ସଭାରେ ମଧ୍ୟ ଯୋଗଦେଇଥିଲେ। ତେବେ ରାହୁଲଙ୍କୁ ଅମୃତସର ସ୍ୱର୍ଣ୍ଣ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭିଆଇପି ଟ୍ରିଟ୍‌ମେଣ୍ଟ ଯୋଗାଇଦିଆଯିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କୁ ସାଇଡ୍ କରି ରାହୁଲ ଗାନ୍ଧୀଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇଥିଲା ଏବଂ ତାଙ୍କୁ ପୃଥକ ଭାବରେ ଦର୍ଶନ ଦିଆଯାଇଥିବା ନେଇ ଜଣେ ଯୁବତୀ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ସେ ମନ୍ଦିର ପରିସରରେ ହଙ୍ଗାମା ସୃଷ୍ଟି କରିଥିଲେ। ଅଭିଯୋଗକାରିଣୀଙ୍କ ଯୁକ୍ତି ଅନୁସାରେ ‘ଗୁରୁଜୀଙ୍କ ଦରବାରରେ ସମସ୍ତେ ସମାନ। ତେବେ ରାହୁଲ ଗାନ୍ଧୀଙ୍କୁ ଭିଭିଆଇପି ଟ୍ରିଟ୍‌ମେଣ୍ଟ କାହିଁକି ଦିଆଯାଗଲା। ରାହୁଲ ଗାନ୍ଧୀ ଯିଦି ଭିଆଇପି, ତେବେ ଗୁରୁଦ୍ୱାରା ବାହାରେ ତାଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯିବା ଉଚିତ। ଗୁରୁଦ୍ୱାର ଭିତରେ ସମସ୍ତେ ସମାନ।’
ରାହୁଲ ଗାନ୍ଧୀ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ଏହି ସମୟରେ ରାହୁଲ ସେଠାରେ ଉପସ୍ଥିତ ଲୋକଙ୍କୁ ଭେଟିଥିଲେ ଏବଂ ମନ୍ଦିର ପକ୍ଷରୁ ଆୟୋଜିତ ସର୍ବସାଧାରଣ ସେବା କାର୍ଯ୍ୟ ଯେପରିକି ପାଣି ପିଆଇବା ଓ ବାସନ ଧୋଇବା ସେବା ମଧ୍ୟ ରାହୁଲ କରିବା ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀଙ୍କ ସହ ଗୁରୁଜିତ ସିଂହ ଔଜଲା ଏବଂ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ସୋନିଙ୍କ ସହ ବହୁ ନେତା ଯୋଗ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking