18.1 C
Bhubaneswar
Wednesday, February 4, 2026
Homeଓଡିଶା୩ ହାତୀ ମୃତ୍ୟୁ ଘଟଣା : ପିସିସିଏଫ୍ କହିଲେ କର୍ମଚାରୀଙ୍କ ତ୍ରୁଟିରୁ ହୋଇଛି ମୃତ୍ୟୁ

୩ ହାତୀ ମୃତ୍ୟୁ ଘଟଣା : ପିସିସିଏଫ୍ କହିଲେ କର୍ମଚାରୀଙ୍କ ତ୍ରୁଟିରୁ ହୋଇଛି ମୃତ୍ୟୁ

ସମ୍ବଲପୁର : ଏକାସଙ୍ଗେ ୩ଟି ହାତୀଙ୍କ ମୃତ୍ୟୁ। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଦ୍ୟୁତ୍ ଆଘାତରେ ହାତୀ ମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ହାତୀ ମୃତ୍ୟୁ ଖବରକୁ ଅତି ଦୁର୍ଭାଗ୍ୟଜନକ କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ। ହାତୀ ମୃତ୍ୟୁରେ ବନ ବିଭାଗର ପାଟ୍ରୋଲିଂ କର୍ମଚାରୀଙ୍କ ତ୍ରୁଟି ରହିଛି। ଶିକାର ପାଇଁ ବିଛା ଯାଇଥିବା ତାରରେ ୩ ହାତୀଙ୍କ ମୃତ୍ୟୁ ହୋଇଛି। ସିସିଏଫ୍ ଏବଂ ଆରସିସିଏଫ୍ ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking